Sat. Nov 23rd, 2024

ଆରଏସପି ଏକଦିବସୀୟ ସର୍ବକାଳୀନ ଶ୍ରେଷ୍ଠ ଉତ୍ତପ୍ତ ଧାତୁ ଉତ୍ପାଦନ ରେକର୍ଡ

By amfnews Dec 15, 2018 #Featured
164 Views

ରାଉରକେଲା, ୧୫ା୧୨ : ମହାରତ୍ନ କମ୍ପାନୀ ସେଲ୍ ଅଧିନସ୍ଥ ରାଉରକେଲା ଇସ୍ପାତ କାରଖାନା ୧୩୦୫୧ ଟନ୍ ଉତ୍ତପ୍ତ ଧାତୁ ଉତ୍ପାଦନ କରି ସର୍ବକାଳୀନ ଶ୍ରେଷ୍ଠ ଏକ ଦିବସୀୟ ଉତ୍ପାଦନ ରେକର୍ଡ ହାସଲ କରିଛି । ଏହାପୂର୍ବରୁ ଗତ ଜୁନ୍ମ ମାସ ୮ ତାରିଖରେ ଇସ୍ପାତ କାରଖାନା ସର୍ବକାଳୀନ ଶ୍ରେଷ୍ଠ ୧୨୬୨୨ ଟନ୍ ଉତ୍ତପ୍ତ ଧାତୁ ଉତ୍ପାଦନ କରିଥିଲା । ଏହି ସଫଳତା ହାସରେ ବ୍ଲାଷ୍ଟ ଫର୍ଣ୍ଣେସ୍-୧ ଓ ବ୍ଲାଷ୍ଟ ଫର୍ଣ୍ଣେସ୍-୫ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲା । ଏହି ଉଲ୍ଲେଖନୀୟ ପ୍ରଦର୍ଶନ ସହ ତାଳ ଦେଇ ଷ୍ଟିଲ୍ ମେଲ୍ଟିଂ ସପ୍ ମଧ୍ୟ ଉକ୍ରୃଷ୍ଟ ପ୍ରଦର୍ଶନ କରିବା ସହ ସମସ୍ତ ଉତ୍ତପ୍ତ ଧାତୁର ଉପଯୋଗ କରିଥିଲା, ଯାହା ଉତ୍ତପ୍ତ ଧାତୁ ଉତ୍ପାଦନ ହାରରେ ବୃଦ୍ଧି ଆଣିବାରେ ସହାୟକ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ଗତ ୩ ଦିନରେ ଷ୍ଟିଲ୍ ମେଲ୍ଟିଂ ସପ୍-୨ ହାରାହାରି ଦୈନିକ ୬୭ଟି ହିଟ୍ ଉତ୍ପାଦନ କରୁଛି ଯାହା ଅନ୍ୟ ଏକ ବୃହତ୍ ଉପଲବ୍ଧି । ଏଥିସହ କାରଖାନାର ଅନେକ ଅପ୍ଷ୍ଟ୍ରିମ୍ ଓ ଡାଉନ୍ଷ୍ଟ୍ରିମ୍ ୟୁନିଟ୍ ତ୍ରା ଓର୍ ବେଡିଂ ଓ ବ୍ଲେଣ୍ଡିଂ ପ୍ଲାଣ୍ଟ, ସିଣ୍ଟର ପ୍ଲାଣ୍ଟ, କୋକ୍ ଓଭନ, ଟ୍ରାଫିକ୍ ଓ କଞ୍ଚାମାଲ ବିଭାଗ, କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ-୧ ତଥା ଅନ୍ୟ ସହଯୋଗୀ ୟୁନିଟ୍ ଏହି ଉଲ୍ଲେଖନୀୟ ସଫଳତା ହାସଲରେ ଯୋଗଦାନ ଦେଇଥିଲେ । ରାଉରକେଲା ଇସ୍ପାତ କାରଖାନା ସିଇଓ ଅଶ୍ୱିନୀ କୁମାର ବ୍ଲାଷ୍ଟ ଫର୍ଣ୍ଣେସ୍ ଓ ଷ୍ଟିଲ୍ ମେଲ୍ଟିଂ ସପ୍ ତଥା ସହଯୋଗୀ ବିଭାଗଗୁଡିକର ଉତ୍ସାହୀ ସାମୁଦାୟିକଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇଥିଲେ । ତାଙ୍କ ସହ ପ୍ରକଳ୍ପ ବିଭାଗ ଇଡି ରାଜୀବ ଅଗ୍ରୱାଲ, କାର୍ମିକ ଓ ପ୍ରଶାସନ ବିଭାଗ ଇଡି ରାଜବୀର ସିଂହ, କାର୍ଯ୍ୟ ବିଭାଗ ଇଡି ଗୌତମ ବାନାର୍ଜୀ, ସାମଗ୍ରୀ ପରିଚାଳନା ବିଭାଗ ଇଡି ଡି.କେ. ମହାପାତ୍ର ଏବଂ କାରଖାନାର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

କର୍ମଚାରୀମାନଙ୍କ କରତାଳି ମଧ୍ୟରେ ସିଇଓ ବ୍ଲାଷ୍ଟ ଫର୍ଣ୍ଣେସ୍-୧ ଓ ୪ର କର୍ମଚାରୀଙ୍କ ନିମନ୍ତେ ୫୦ ହଜାର ଟଙ୍କା, ବ୍ଲାଷ୍ଟ ଫର୍ଣ୍ଣେସ୍-୫ କର୍ମଚାରୀଙ୍କ ପାଇଁ ୫୦ ହଜାର ଟଙ୍କା ଓ ଏସ୍ଏମ୍ଏସ୍-୨ ବିଭାଗ କର୍ମଚାରୀଙ୍କ ପାଇଁ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ଏହି ଅବସରରେ କର୍ମଚାରୀଙ୍କୁ ସମ୍ବୋଧିତ କରି ସିଇଓ କହିଲେ ଯେ, ଆର୍ଏସ୍ପି ସାମୁଦାୟିକ ଏହାଠାରୁ ଅଧିକ ବୃହତ୍ତର ସଫଳତା ସେ ଆଶା କରୁଛନ୍ତି । ଆମର ସଫଳତା ପାଳନ ପାଇଁ ଆସନ୍ତୁ ସମସ୍ତେ ଏଭଳି ଅନେକ ମୁହୂର୍ତ୍ତ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । କୋକ୍ ଓଭନ ତଥା ବ୍ରେକ୍ ଡାଉନ୍ ଏଡାଇ ଓ ସ୍ପେୟାର ପାର୍ଟସ୍ ସୁନିୟୋଜିତ ଉପଯୋଗ ପୂର୍ବକ ଉତ୍ପାଦନ ଖର୍ଚ୍ଚକୁ କମ୍ କରିବା ଉପରେ ଜୋର୍ ଦେଇଥିଲେ । ଏହା ଆମର ଲାଭାର୍ଜନରେ ବିଶେଷ ଭାବେ ଉନ୍ନତି ଆଣିବାରେ ସହାୟକ ହେବ ବୋଲି ଉଲ୍ଲେଖ କରିଥିଲେ ।

By amfnews

Related Post