Tue. Nov 19th, 2024

ଆରଏସପି ଆନୁକୂଲ୍ୟରେ ଆୟୋଜିତ ରନ ଫର ୟୁନିଟ୍ରେ ୧୧୦୦ରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କ ଅଂଶଗ୍ରହଣ

By amfnews Nov 2, 2018 #Featured
132 Views

ରାଉରକେଲା, ୧ା୧୧  : ରାଉରକେଲା ଇସ୍ପାତ କାରଖାନା ଆନୁକୂଲ୍ୟରେ ଅକ୍ଟୋବର ୩୧ ତାରିଖ ପୂର୍ବାହ୍ନରେ ଆୟୋଜିତ ‘ରନ ଫର ୟୁନିଟି’ କାର୍ଯ୍ୟକ୍ରମରେ ୧୧୦୦ରୁ ଉଦ୍ଧ୍ୱର୍ ବ୍ୟକ୍ତି ଉତ୍ସାହପୂର୍ବକ ଅଂଶଗ୍ରହଣ କରିଥିଲେ । ଆରଏସପି ସିଇଓ ଅଶ୍ୱିନୀ କୁମାର ଗଣଦୌଡକୁ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ପ୍ରକଳ୍ପ ବିଭାଗର ଇଡି ରାଜୀବ ଅଗ୍ରୱାଲ, ସହର ପ୍ରଶାସନ ବିଭାଗର ଜିଏମ ଏନ୍. କେ. ସାମନ୍ତରାୟ ଏବଂ କାରଖାନାର ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ କରାଯାଇଥିଲା । କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନେ ୩.୫ କିଲୋମିଟର ଦୂରତା ଅତିକ୍ରମ କରି ଇସ୍ପାତ ଷ୍ଟାଡିୟମକୁ ଫେରିଥିଲେ । ଉଦଯାପନୀ ଉତ୍ସବରେ ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ନିଜର ଅଭିଭାଷଣରେ ଶ୍ରୀ ଓରାମ ରାଷ୍ଟ୍ରକୁ ଏକତାର ସୂତ୍ରରେ ବାନ୍ଧିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳନର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ ।

ପୁରୁଷ ଓ ମହିଳା ବର୍ଗରେ ଗଣଦୌଡର ଶ୍ରେଷ୍ଠ ୧୫ ଜଣ ପ୍ରତିଯୋଗୀଙ୍କୁ ଶ୍ରୀ ଓରାମ ପୁରସ୍କୃତ କରିଥିଲେ । ଏହି ଦିବସ ପାଳନ ଅବସରରେ ଆରଏସପି ଶିକ୍ଷା ବିଭାଗ ଦ୍ୱାରା ପୂର୍ବରୁ ଆୟୋଜିତ ବାକ ପ୍ରତିଯୋଗିତାର ବିଜେତାମାନଙ୍କୁ ରାଜୀବ ଅଗ୍ରୱାଲ ପୁରସ୍କାର ପ୍ରଦାନ କରିଥିଲେ । ପୁରସ୍କାର ଉତ୍ସବରେ ଏନ୍. କେ. ସାମନ୍ତରାୟ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ପ୍ରୋଟୋକଲ, ହସ୍ପିଟାଲିଟି, ସମାଜ କଲ୍ୟାଣ ବିଭାଗର ଡିଜିଏମ ହିରାଲାଲ ମହାପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ । ସହର ସେବା ଏଷ୍ଟେଟ ସୁପରଭାଇଜର ନିରଞ୍ଜନ ସାମଲ ଓ କ୍ରୀଡା ସହାୟକ ଇ. ଶିଦ୍ଦିକି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

By amfnews

Related Post