Sun. Nov 24th, 2024

ଆରଆଇଟିରେ ଗୁରୁଦିବସ ପାଳିତ

By amfnews Sep 6, 2018 #Featured
290 Views

ରାଉରକେଲା, ୬ା୯ : ରାଉରକେଲା ଇନ୍ଷ୍ଟିଚ୍ୟୁଟ୍ ଅପ୍ ଟେକ୍ନୋଲୋଜି (ଆରଆଇଟି) ଅନୁଷ୍ଠାନ ସମୂହର ଗୁରୁଦିବସ ଆଜି ଅନୁଷ୍ଠାନ ପରିସରରେ ବିଭିନ୍ନ ପାଠ୍ୟକ୍ରମ ତରଫରୁ ପାଳିତ ହୋଇଯାଇଛି । ଏମସିଏ, ଏମବିଏ ତରଫରୁ ଅଧ୍ୟାପିକା ଅନିିତା ଧଳଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ଏହାର ନିର୍ଦ୍ଦେଶିକା ଶୁଭଶ୍ରୀ ମିଶ୍ର ଉପଦେଶ ଦେବା ଅବସରରେ ଗୁୁରୁ ଓ ଛାତ୍ର ପ୍ରାଚୀନ ପରମ୍ପରାର ମହାନତା ଏବେ ବି ମଧ୍ୟ ଅଛି ଏବଂ ଗୁରୁ କେବଳ ଛାତ୍ରଛାତ୍ରୀ ନୁହେଁ, ସମଗ୍ର ସମାଜର ଆଲୋକବର୍ତ୍ତିତା ବୋଲି ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ପ୍ରଥମ ବାର୍ଷିକ ଏମବିଏ ଛାତ୍ରୀ ରଶ୍ମିତା ପ୍ରଧାନ ଓ ସତ୍ୟନାରାୟଣ ଘୋଷ ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଯୋଗ ଦେଇଥିଲେ । ଅନୁରୂପ ଭାବେ ଡିପ୍ଲୋମା ପାଠ୍ୟକ୍ରମର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଆରଆଇଟି ଅନୁଷ୍ଠାନ ସମୂହର ପରିଚାଳନା କମିଟିର ଚେୟାରମ୍ୟାନ ଡଃ ପୀତବାସ ମିଶ୍ର, ଅଧ୍ୟକ୍ଷ ମନୋଜ କୁମାର ଜେନା ଓ ବିଭିନ୍ନ ବିଭାଗୀୟ ମୁଖ୍ୟ, ଅଧ୍ୟାପକ, ଅଧ୍ୟାପିକା ପ୍ରମୂୁଖ ଯୋଗ ଦେଇଥିଲେ ।

ଚେୟାରମ୍ୟାନ ଡଃ ମିଶ୍ର ଛାତ୍ରଛାତ୍ରୀଙ୍କ ଜୀବନ ପୂର୍ଣ୍ଣାଙ୍ଗ ନିମନ୍ତେ ଉପଯୁକ୍ତ ଗୁରୁର ଆବଶ୍ୟକତା ବିଷୟରେ କହିଥିଲେ । ଅଧ୍ୟକ୍ଷ ଶ୍ରୀ ଜେନା ଛାତ୍ରଛାତ୍ରୀମାନେ ଗୁରୁ ପରମ୍ପରା ବଜାଇ ରଖି କାର୍ଯ୍ୟକ୍ରମ କରୁଥିବାରୁ ସନ୍ତୋଷ ପ୍ରକାଶ କରିବା ସହିତ ସେମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନେ ଗୁରୁ ବନ୍ଦନା କରିବା ସହିତ ଚନ୍ଦନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ ।

By amfnews

Related Post