Tue. Dec 24th, 2024

ଆରଆଇଟି କର୍ମଚାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

rklsanchar@gmail.com' By J.N. Pradhan Jul 2, 2018 #Featured
187 Views

ରାଉରକେଲା, ୧/୭: କଲୁଙ୍ଗାସ୍ଥିତ ରାଉରକେଲା ଇନ୍ଷ୍ଟିଚ୍ୟୁଟ୍ ଅପ୍ ଟେକ୍ନୋଲୋଜି (ଆରଆଇଟି)ର ବିତ୍ତ ଅଧିକାରୀ ଚନ୍ଦନ ଭୂଷଣ ପ୍ରଧାନ ଆଜି ଅବସର ଗ୍ରହଣ କରିବା ଅବସରରେ ଏକ ବିଦାୟୀକାଳିନ ସଭା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ହନୁମାନ ବାଟିକା ପରିସରରେ  ଆୟୋଜିତ ସଭାରେ ଆରଆଇଟି ଚେୟାରମ୍ୟାନ ଡ. ପୀତବାସ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଅଧ୍ୟକ୍ଷ ମନୋଜ କୁମାର ଜେନା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ଅବସର ଗ୍ରହଣ କରିଥିବା ଅଧିକାରୀ ଶ୍ରୀ ପ୍ରଧାନଙ୍କୁ ଉଭୟ ଅତିଥି ସଂବର୍ଦ୍ଧିତ କରିଥିଲେ । ଶ୍ରୀ ପ୍ରଧାନ ୧୯୮୪ରୁ କାର୍ଯ୍ୟ ଆରମ୍ଭ କରି ବିଭିନ୍ନ ପଦବୀରେ ରହିଆସିଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ସୁଚାରୁରୂପେ କାର୍ଯ୍ୟ ସଂପାଦନ କରିଥିଲେ ।

ସେ ଜଣେ ଦକ୍ଷ, ସଚ୍ଚୋଟ ଓ ମିଷ୍ଟଭାଷୀ ଅଧିକାରୀ ଥିଲେ ବୋଲି ମୁଖ୍ୟ ଅତିଥି ଡ. ମିଶ୍ର କହିଥିଲେ । ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା । ଏହି ସଭାରେ ଅନୁଷ୍ଠାନର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନେ ଉପସ୍ଥିତ ଥିଲେ । ଆରଆଇଟି କର୍ମଚାରୀ ବିବେକାନନ୍ଦ ଦାସ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

Related Post