Sun. Mar 8th, 2026

ଆମ୍‌ ଆଦ୍‌ମି ପାର୍ଟିରୁ ଇସ୍ତଫା ଦେଲେ ଶୁଖପାଲ ଖଇରା ଆପ୍‌ ନେତା, କହିଲେ ଦଳ ନିଜର ମୂଳ ବିଚାରଧାରା ଓ ସିଦ୍ଧାନ୍ତରୁ ଦୂରେଇ ଯାଇଛି

329 Views

ନୂଆଦିଲ୍ଲୀ, ଜାନୁୟାରୀ ୦୭ : ଆମ୍‌ ଆଦ୍‌ମି ପାର୍ଟି(ଆପ୍‌)କୁ ଶକ୍ତ ଧକ୍କା। ଦଳର ପଞ୍ଜାବ ବିଧାୟକ ଶୁଖପାଲ ଖଇରା ରବିବାର ଦଳର ପ୍ରାଥମିକ ସଦସ୍ୟାତାରୁ ଇସ୍ତଫା ଦେଇଛନ୍ତି। ଦିଲ୍ଳୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଏକ ଚିଠି ଜରିଆରେ ଲେଖିଛନ୍ତି କି ‘ଦଳ ସଂପୂର୍ଣ୍ଣ ଭାବେ ନିଜ ମୂଳ ବିଚାରଧାରା ଓ ସିଦ୍ଧାନ୍ତରୁ ଦୂରେଇ ଗଲାଣି। ୨୦୧୧ ମସିହାରେ ଆନ୍ନା ହଜାରେଙ୍କ ଦ୍ୱାରା କରାଯାଇଥିବା ଭ୍ରଷ୍ଟାଚାର ବିରୋଧୀ ଅନ୍ଦୋଳନରୁ ଏବେ ଦଳ ବିମୁଖ ହେଲାଣି।’

ଆନ୍ନା ହଜାରେଙ୍କ ନେତୃତ୍ୱରେ ହୋଇଥିବା ଭ୍ରଷ୍ଟାଚାର ବିରୋଧୀ ଅନ୍ଦୋଳନ ୨୦୧୧ ମସିହା ଏପ୍ରିଲ୍‌ ୫ ତାରିଖରେ ଆରମ୍ଭ ହୋଇଥିଲା। ସେ ସମୟରେ ଦିଲ୍ଲୀର ଯନ୍ତର ମନ୍ତରଠାରେ ଆନ୍ନା ହଜାରେ ଆମରଣ ଅନଶନ କରିଥିଲେ।

ଦିଲ୍ଲୀର ଉପ ମୁଖ୍ୟ ମନ୍ତ୍ରୀ ତଥା ଆପ୍‌ ନେତା ମନିଷ ସିସୋଦିଆ କହିଛନ୍ତି କି ‘ଯଦି ଯେ ଦେଶ ପାଇଁ କାମ କରିବାକୁ ଚାହୁଛନ୍ତି ତ ତାଙ୍କୁ ଦଳରେ ରହିବା ଉଚିତ ଥିଲା। ଯଦି ସେ ନିଜ ଆଗ୍ରହ ହିସାବରେ କାମ କରିବାକୁ ଚାହାନ୍ତି ତେବେ ସେ କୁଆଡ଼େ ବି ଯାଆନ୍ତୁ। ଆମେ କାହିଁକି ସେକଥା ଚିନ୍ତା କରିବୁ?’ ଆପ୍‌ର ଆଉ ଜଣେ ନେତା ଏଚ୍‌ଏସ୍‌ ଫୁଲ୍‌କା ଇସ୍ତଫା ଦେବାର ଠିକ୍‌ ପରଦିନ ଶୁଖପାଲ ଖଇରା ଇସ୍ତଫା ଦେଇଥିବା ଜାଣିବାକୁ ମିଳିଛି।

By amfnews

Related Post