223 Views
ଓ୍ଵାସିଂଟନ୍, ଜାନୁଆରୀ ୩୧ : ନକଲି ବିଶ୍ୱ ବିଦ୍ୟାଳୟରେ ବିଦ୍ୟାର୍ଥୀମାନଙ୍କୁ ନାମ ଲେଖାଇଥିବା ଅଭିଯୋଗରେ ୮ ଜଣ ଭାରତୀୟ ବଂଶୋଦ୍ଭବଙ୍କୁ ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ଗୁଇନ୍ଦାସଂସ୍ଥା ଦ୍ୱାରା ଗିରଫ କରାଯିବା ପରେ ଭାରତରୁ ଯାଇଥିବା ଶହ ଶହ ଛାତ୍ରଛାତ୍ରୀ ଅପରାଧିକ ମାମଲାରେ ସମ୍ମୁଖୀନ ହୋଇଛନ୍ତି।
ବିଦ୍ୟାର୍ଥୀ ଭିସାର ଅପବ୍ୟବହାର କରି ଆମେରିକାରେ ରହି କାମ କରିବାକୁ ଅଯୋଗ୍ୟ ବିବେଚିତ ବିଦେଶୀମାନଙ୍କୁ ସାହାଯ୍ୟ କରୁଥିବା ର୍ୟାକେଟର୍ମାନଙ୍କୁ ଧରିବା ନିମନ୍ତେ ଚଢ଼ାଉ କରାଯାଇଥିଲା। ଆଠଜଣ ଲୋକ ଗିରଫ ହୋଇଥିବା କଥା ମିସିଗାନ୍ ଶାଖାର ଆଇନ ବିଭାଗ ଘୋଷଣା କରିଛି। ସେମାନଙ୍କର ନାଁରୁ ଜଣାପଡୁଛି ଯେ ସେମାନେ ଭାରତୀୟ ବା ଭାରତୀୟ ବଂଶୋଦ୍ଭବ।