Sat. Mar 7th, 2026

ଆମେରିକୀୟ ପାଣିପାଗ ସଂସ୍ଥାନର ଅଧ୍ୟୟନ: ଓଡ଼ିଶା ଉପକୂଳକୁ ଗ୍ରାସ କରିପାରେ ଜଳସ୍ତର ବୃଦ୍ଧି ପାଉଥିବା ସମୁଦ୍ର

304 Views

ଭୁବନେଶ୍ୱର  : ମାତ୍ର ୩୦ ବର୍ଷ ଭିତରେ ସମୁଦ୍ର ପତ୍ତନ ବୃଦ୍ଧି ଗଞ୍ଜାମ, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱର ଆଦି ଜିଲ୍ଲା ଅନ୍ତର୍ଗତ ଉପକୂଳ ଓଡ଼ିଶା ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ସଦ୍ୟତମ ଅଧ୍ୟୟନରୁ ଜଣାପଡ଼ିଛି। ସମୁଦ୍ର ଜଳ ପତ୍ତନ ବୃଦ୍ଧି କାରଣରୁ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହେବେ।

ନିୟୁ ଜର୍ସିସ୍ଥିତ ‘କ୍ଲାଇମେଟ୍‌ ସେଣ୍ଟ୍ରାଲ୍‌’ ଦ୍ୱାରା ପ୍ରସ୍ତୁତ ଏହି ଗବେଷଣା ଅନୁସାରେ, ଗଞ୍ଜାମରୁ ବ୍ରହ୍ମପୁର ଯାଏଁ ସମଗ୍ର ଉପକୂଳବର୍ତ୍ତୀ ଅଞ୍ଚଳ ୨୦୫୦ ସୁଦ୍ଧା ହେବାକୁ ଥିବା ଜଳପ୍ଳାବନରେ କ୍ଷତିଗ୍ରସ୍ତ ହେବ।

‘କ୍ଲାଇମେଟ୍‌ ସେଣ୍ଟ୍ରାଲ୍‌’ ଦ୍ୱାରା ପ୍ରସ୍ତତ ପ୍ରୋଜେକ୍‌ସନ୍‌ ମ୍ୟାପ୍‌ରେ ଦେଖାଯାଉଛି ଯେ ଆଗାମୀ ତିନି ଦଶନ୍ଧି ମଧ୍ୟରେ ୨ ରୁ ୭ ଫୁଟ୍‌ ଯାଏଁ ସମୁଦ୍ର ଜଳସ୍ତର ବୃଦ୍ଧି ଯୋଗୁଁ ଭିତରକନିକା ଜାତୀୟ ଉଦ୍ୟାନ, ବାଲୁଖଣ୍ଡ-କୋଣାର୍କ ବନ୍ୟଜନ୍ତୁ ସଂରକ୍ଷଣ, ଚନ୍ଦ୍ରଭାଗା ବେଳାଭୂମି ଏବଂ ଚିଲିକା ଚତୁଃପାର୍ଶ୍ୱସ୍ଥ ଅଞ୍ଚଳ ଭଳି ଗୁଡ଼ାଏ ଗୁରୁତ୍ୱପୂର୍ଣ୍ଣ ଉପକୂଳୀୟ ଜୈବପ୍ରଣାଳୀ ବୁଡ଼ିଯାଇ ପାରେ କିଂବା ସବୁଦିନ ପାଇଁ ଜଳମଗ୍ନ ହୋଇ ରହିପାରେ। ଗବେଷଣା ପତ୍ର ଆହୁରି କହିଛି ଯେ ବିଶ୍ୱବ୍ୟାପୀ ପ୍ରାୟ ୧୫୦ ନିୟୁତ ଲୋକ ବାସ କରୁଥିବା ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ ହେବ।

By amfnews

Related Post