Thu. Jan 23rd, 2025

ଆମେରିକାରେ ହାହାକାର, ଦିନକରେ 4500 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

By amfnews Jan 13, 2021 #Featured
289 Views

ନୂଆଦିଲ୍ଲୀ, ଜାନୁଆରୀ 13 : ସାରା ବିଶ୍ୱରେ ମହାମାରୀ କରୋନା କାୟା ବିସ୍ତାର କରିବାରେ ଲାଗିଛି  ।  ବିଶ୍ୱରେ 9.20 କୋଟିରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି  । ଏଥି ସହିତ କରୋନା କାରଣରୁ 19 ଲକ୍ଷ 70 ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି  । ଆମେରିକାରେ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି  । ଗୋଟିଏ ଦିନରେ ଆମେରିକାରେ ପ୍ରାୟ 4500 ଲୋକ କରୋନାରେ ମୃତ୍ୟୁ ବରଣ କରିଛନ୍ତି  ।

ଆମେରିକାରେ କୋଭିଡ ଟୀକାକରଣ ଅଭିଯାନ ସତ୍ତ୍ୱେ କରୋନା ସଂକ୍ରମଣ ବଢିବାରେ ଲାଗିଛି  । ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି  ।  ମଙ୍ଗଳବାର ଦିନ କରୋନାରେ ଆମେରିକାରେ 4,500 ଲୋକଙ୍କ ମୃତ୍ୟୁ ଘଟିଛି  । ମହାମାରୀ ଆରମ୍ଭ ହେବା ପରଠାରୁ ଆମେରିକାରେ ଗୋଟିଏ ଦିନରେ ଏହା ସର୍ବାଧିକ ମୃତ୍ୟୁ ରେକର୍ଡ ଭାଙ୍ଗିଛି । ଏହା ସହ ଆମେରିକାରେ ମୃତ୍ୟୁ ସଂଖ୍ୟା 3,89,599 ଅତିକ୍ରମ କରିଛି  ।  ଆମେରିକାରେ ମୋଟ ସଂକ୍ରମିତ ସଂଖ୍ୟା 23,368,225 ରେ ପହଞ୍ଚିଛି  ।

By amfnews

Related Post