Sat. Mar 7th, 2026

ଆମେରିକାରେ ମୋଦୀଙ୍କ ଜଲୱା , ମିଳିଲା ସର୍ବୋଚ୍ଚ ସମ୍ମାନ ‘ଲିଜିଅନ୍ ଅଫ୍ ମେରିଟ୍ ‘

210 Views

ଦିଲ୍ଲୀ,ଡିସେମ୍ବର 22 : ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଲିଜିଅନ୍ ଅଫ୍ ମେରିଟ୍’ ସମ୍ମାନ ପ୍ରଦାନ କରିଛନ୍ତି। ଯାହା ଭାରତ ଏବଂ ଭାରତର ରଣନୀତିକ ଭାଗିଦାରୀକୁ ବୃଦ୍ଧି କରିବାରେ ମୋଦୀଙ୍କ ନେତୃତ୍ୱ ପାଇଁ ଆମେରିକାର ସର୍ବୋଚ୍ଚ ସମ୍ମାନ। ପ୍ରଧାନମନ୍ତ୍ରୀ ମୋଦୀ ଏହି ପୁରସ୍କାର ପାଇବା ପରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ତଥା ଦୂରଦୃଷ୍ଟି ଭାରତର ବିଶ୍ୱ ଶକ୍ତି ଭାବରେ ଆବିର୍ଭାବ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ସି ଓ ‘ବ୍ରାଇନ୍ ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ତରଫରୁ ରାଷ୍ଟ୍ରଦୂତ ତରନ୍‌ଜୀତ‌ ସିଂ ସାନ୍ଧୁ ଏହି ପଦକ ଗ୍ରହଣ କରିଛନ୍ତି ଓ ‘ବ୍ରାଇନ୍ ଟ୍ୱିଟ୍ କରି କହିଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମେରିକା-ଭାରତର ରଣନୀତିକ ଭାଗିଦାରୀକୁ ବଢାଇବା ପାଇଁ ‘ଲିଜିଅନ୍ ଅଫ୍ ମେରିଟ୍ ‘ ପ୍ରଦାନ କରିଛନ୍ତି।ଜୁଲାଇ ୨୦, ୧୯୪୨ ରେ କଂଗ୍ରେସ ଦ୍ୱାରା \’ଲିଜ୍ ଅଫ୍ ମେରିଟ୍\’ ମେଡାଲ୍ ପ୍ରତିଷ୍ଠା କରାଯାଇଥିଲା।

By amfnews

Related Post