Sat. Mar 7th, 2026

ଆମେରିକାରେ ଗିରଫ ୧୨୯ ବିଦ୍ୟାର୍ଥୀଙ୍କୁ ସହାୟତା କରିବାକୁ ୨୪ ଘଣ୍ଟିଆ ହଟ୍‌ଲାଇନ୍‌ ଖୋଲିଲା ଭାରତୀୟ ଦୂତାବାସ

490 Views

ଓ୍ଵାସିଂଟନ୍‌: ‘ପେ-ଆଣ୍ଡ୍‌-ଷ୍ଟେ’ ୟୁନିଭର୍ସିଟି ସ୍କାମ୍‌ରେ ସମ୍ପୃକ୍ତି ଅଭିଯୋଗରେ ଯୁକ୍ତରାଷ୍ଟ୍ର ଆମେରିକାରେ ଗିରଫ ହୋଇ ଥିବା ୧୨୯ ଜଣ ବିଦ୍ୟାର୍ଥୀଙ୍କୁ ଆବଶ୍ୟକ ଆଇନଗତ ସହାୟତା ଯୋଗାଇ ଦେବାକୁ ଭାରତୀୟ ଦୂତାବାସ ୨୪/୭ ହଟ୍‌ଲାଇନ୍‌ ଖୋଲିଥିବା କଥା ଶୁକ୍ରବାର ଦିନ ସରକାରୀ ଅଧିକାରୀମାନେ କହି ଛନ୍ତି।

ଯୁକ୍ତରାଷ୍ଟ୍ର ଆମେରିକାରେ ବେଆଇନ୍‌ ଭାବେ ରହିବାକୁ ଜାଲ୍‌ ୟୁନିଭର୍ସିଟିରେ ନାମ ଲେଖାଇ ଥିବା ୧୨୯ ଜଣ ଭାରତୀୟ ବିଦ୍ୟାର୍ଥୀଙ୍କୁ ଆମେରିକୀୟ କର୍ତ୍ତୃପକ୍ଷମାନେ ଗିରଫ କରି ଛନ୍ତି।

ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ଭାରତୀୟ ଦୂତାବାସର ବରିଷ୍ଠ ଅଧିକାରୀମାନେ ଖୋଲା ଯାଇଥିବା ଦୁଇଟି ହଟ୍‌ଲାଇନ୍‌ ନମ୍ବରକୁ ପରିଚାଳନା କରୁଛନ୍ତି। ସେ ଦୁଇ ହଟ୍‌ଲାଇନ୍‌ ହେଉଛି- – 202-322-1190 and 202-340-2590।

ଗିରଫ ହୋଇଥିବା ବିଦ୍ୟାର୍ଥୀ, ସେମାନଙ୍କର ବନ୍ଧୁ ଓ ପରିବାର ଲୋକେ ଦୂତାବାସ ସହ cons3.Washington@mea.Gov.In.ରେ ଯୋଗାଯୋଗ କରି ପାରିବେ।ଗିରଫ ଭାରତୀୟ ବିଦ୍ୟାର୍ଥୀମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ଆବଶ୍ୟକ ସମସ୍ତ ବିଷୟର ଯୋଗସୂତ୍ରକାରୀ ଭାବେ ଜଣେ ନୋଡାଲ୍‌ ଅଧିକାରୀଙ୍କୁ ନିଯୁକ୍ତ କରା ଯାଇଛି।

By amfnews

Related Post