ନୂଆଦିଲ୍ଲୀ : ବଲିଉଡ୍ ଅଭିନେତ୍ରୀ କାଜୋଲଙ୍କ ଭଉଣୀ ତନିଷା ମୁଖାର୍ଜୀ ଆମେରିକାରେ ଅସଦାଚରଣର ଶିକାର ହୋଇଥିବା ଜଣା ପଡ଼ିଛି । ଏକ ସାକ୍ଷାତକାରରେ ଯୋଗ ଦେଇ, ବର୍ଣ୍ଣବୈଷମ୍ୟତା ଓ ଭେଦଭାବ ପାଇଁ ତାଙ୍କ ସହ ଏପରି ବ୍ୟବହାର କରାଯାଇଥିବା ଦାବି କରିଛନ୍ତି ତନିଷା ।
ସୂଚନା ମୁତାବକ, ତନିଷା କ୍ରାଇ ଆମେରିକାନ୍ ଚାରିଟି ଗାଲା ଇଭେଣ୍ଟରେ ଯୋଗ ଦେବାକୁ ଆମେରିକା ଯାଇଥିଲେ । ଏହା ସମୟରେ ସେ ନିଜ ସାଙ୍ଗମାନଙ୍କ ସହ ପାଖ ରେସ୍ତୋରାଁକୁ ଯାଇଥିବା ବେଳେ ଜଣେ ଯୁବକ ତନିଷାଙ୍କ ସହ ଅସଦାଚରଣ କରିଥିଲେ ।
ତନିଷା ଶାନ୍ତ ରହିବାକୁ ଚେଷ୍ଟା କରୁଥିବା ବେଳେ ଯୁବକ ଜଣଙ୍କ ଖରାପ ଭାଷା ପ୍ରୟୋଗ କରି ଗାଳି ଦେବାକୁ ଲାଗିଥିଲେ । ଏ ମଧ୍ୟରେ ରେସ୍ତୋରାଁର କିଛି କର୍ମଚାରୀ ତନିଷା ଏବଂ ତାଙ୍କ ସାଙ୍ଗମାନଙ୍କୁ ଦେଖି, ଏମାନଙ୍କୁ ଦେଖି ଲାଗୁଛି, ଏମାନେ ଇଂରାଜୀ କହି ପାରୁ ନଥିବେ ବୋଲି କହି କମେଣ୍ଟ କରିଥିଲେ । ଯାହା ତନିଷା ଏବଂ ତାଙ୍କ ସାଙ୍ଗମାନଙ୍କ ପାଇଁ ଅପମାନଜନକ ଥିବା ବେଳେ ତନିଷା ଏହାକୁ ବର୍ଣ୍ଣବୈଷମ୍ୟ ଭେଦଭାବ ବୋଲି କହିଛନ୍ତି ।