ନୂଆଦିଲ୍ଲୀ, ନଭେମ୍ବର ୦୩ : ଟ୍ରମ୍ପ ପ୍ରଶାସନ ନୂତନ ଭିଜା ନୀତି ବନ୍ଦୋବସ୍ତ କରିବାକୁ ଯାଉଛି । ପ୍ରସ୍ତାବିତ ନୂତନ ଭିଜା ନୀତିରେ ଭାରତୀୟ ଆଇଟି କର୍ମଚାରୀମାନେ ପ୍ରଭାବିତ ହେବାର ଆଶା କରାଯାଉଛି । ଏଚ-୧ବି ବଭିଜା ନୀତିରେ ଆମେରିକୀୟ କର୍ମଚାରୀଙ୍କ ପାଇଁ ଅନେକ ସୁବିଧା ମିଳିବ । ନୂତନ ନୀତି ଯୋଗୁଁ ଆମେରିକାରେ କାର୍ଯ୍ୟରତ ଭାରତୀୟ ସମେତ ଅନ୍ୟ ବିଦେଶୀ କର୍ମଚାରୀ ମଧ୍ୟ ପ୍ରଭାବିତ ହେବେ । ଏଚ-୧ବି ଭିଜା ପାଇଁ ବିଦେଶୀ କର୍ମଚାରୀଙ୍କ କ୍ଷେତ୍ରରେ ଶ୍ରମ ବିଭାଗ ନୂତନ ସୂଚନା ଆବଶ୍ୟକ କରୁଛନ୍ତି ।
ଏଚ-୧ବି ଭିଜା ଅନୁସାରେ କିଛି ନିଦ୍ଧିଷ୍ଟ କମ୍ପାନୀରେ କିଛି ପଦବୀରେ ଦେଶୀୟ କର୍ମଚାରୀ ପଦସ୍ଥ ରହିପାରିବେ ନାହିଁ, କମ୍ପାନୀ ବିଦେଶୀ ଅତିଥି କର୍ମଚାରୀଙ୍କୁ ନିଯୁକ୍ତି ଦେଇ ପାରିବେ । ଶ୍ରମ ବିଭାଗ ଅନୁସାରେ ବର୍ତ୍ତମାନ କ୍ଷେତ୍ରରେ କର୍ମଚାରୀଙ୍କ ସବିଶେଷ ବିବରଣୀ ଅପଡେଟର ଆବଶ୍ୟକତା ଅଛି । ନୂତନ ନିୟମ ଅନୁସାରେ କର୍ମଚାରୀ କେତୋଟି ଦେଶରେ କାମକରୁଛନ୍ତି ତାହା ବିବରଣୀ ପ୍ରଦାନ କରିବେ । ଆବେଦନରେ ଏହା ଦିଆଯାଇଛି ।