128 Views
ଯାଜପୁର : ‘ଆମେ ଯାଜପୁରରୁ ସିକନ୍ଦରାବାଦ କାମ କରିବାକୁ ଆସିଥିଲୁ। କରୋନା ପାଇଁ କାମ ବର୍ତ୍ତମାନ ବନ୍ଦ ହୋଇଯାଇଛି। ଆମ ପାଖରେ ଖାଇବାକୁ ନାହିଁ, ପଇସା ମଧ୍ୟ ନାହିଁ। ଆମକୁ କିଛି ସାହାଯ୍ୟ ସହଯୋଗ କରନ୍ତୁ ନ ହେଲେ ରାଜ୍ୟ ସରକାର ଆମକୁ ଏଠାରୁ ଉଦ୍ଧାର କରନ୍ତୁ।’ ଏକ ଭିଡିଓ ଜାରି କରି ଏଭଳି ଆକୁଳ ନିବେଦନ କରିଛନ୍ତି ସିକନ୍ଦରାବାଦରେ ପଶି ରହିଥିବା କିଛି ଓଡ଼ିଆ ଶ୍ରମିକ ।
ଯାଜପୁର ଜିଲ୍ଲାର କିଛି ଓଡ଼ିଆ ଶ୍ରମିକ ଦାଦନ ଖଟିବାକୁ ସିକନ୍ଦରାବାଦ ଯାଇଥିଲେ। କୋରନା ପାଇଁ ପୂରା ଦେଶ ଲକ୍ଡାଉନ୍ ହୋଇଯାଇଥିବାରୁ କାମ ଧନ୍ଦା ଓ ଯାତାୟତ ପୂରା ଠପ୍ ହୋଇଯାଇଛି। କୌଣସି ଟ୍ରେନ୍ ଓ ବସ୍ ଚଳାଚଳ କରୁ ନାହିଁ। ଯାହାଫଳରେ ସେମାନେ ଘରକୁ ଫେରି ପାରୁ ନାହାନ୍ତି। ଏଭଳି ଅବସ୍ଥାରେ ସେମାନଙ୍କୁ ସେଠାରୁ ଉଧାର କରିବା ଲାଗି ରାଜ୍ୟ ସରକାରଙ୍କ ନିକଟରେ ସେମାନେ ଆକୁଳ ନିବେଦନ କରିଛନ୍ତି ।