Tue. Dec 24th, 2024

ଆଭ୍ୟନ୍ତରୀଣ ମାମଲାରେ ଚୀନର ବୟାନବାଜିକୁ ଭାରତ ଦେଲା କଡ଼ା ଜବାବ

By amfnews Oct 16, 2020 #Featured
236 Views

ନୂଆଦିଲ୍ଲୀ, ଅକ୍ଟୋବର ୧୬ : ଚୀନକୁ କଡ଼ା ଜବାବ ଦେଇଛି ଭାରତ । ଭାରତ ଚୀନକୁ କହିଛି ଯେ, ନିଜର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ନକରୁ । ବେଜିଂ ଦ୍ୱାରା ଲଦ୍ଦାଖ ଓ ଅରୁଣାଚଳ ପ୍ରଦେଶକୁ ନେଇ କରାଯାଉଥିବା ବୟାନରେ ଅତିଷ୍ଠ ହୋଇ ଭାରତୀୟ ବିଦେଶ ମନ୍ତ୍ରାଳୟ ଡ୍ରାଗନକୁ ତା’ର ଭାଷାରେ ଜବାବ ଦିଆଯାଇଛି । 

ବିଦେଶ ମନ୍ତ୍ରାଳୟ କହିଛି, ‘ଜମ୍ମୁ-କଶ୍ମୀର’ ଓ ଲଦ୍ଦାଖ ଭାରତର ଅଭିନ୍ନ ଅଂଗ ଥିଲା ଏବଂ ରହିବ । ତେଣୁ ଭାରତର ଆଭ୍ୟନ୍ତରୀଣ ମାମଲାରେ କାହାରି କିଛି ଟିପ୍ପଣୀ ଦେବାର ଆବଶ୍ୟକତା ନାହିଁ । ମନ୍ତ୍ରାଳୟ ବେଜିଂକୁ ପରାମର୍ଶ ଦେଇ କହିଛି ଯଦି ଅନ୍ୟ ଦେଶ ନିଜର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରିବାକୁ ଚାହୁଁନାହିଁ, ତାହେଲେ ଏଭଳି କାମ ଠାରୁ ଦୂରରେ ରହିବା ଦରକାର ଅଛି । 

ନୂଆଦିଲ୍ଲୀ ଅରୁଣାଚଳ ପ୍ରଦେଶ ନେଇ ନିଜର ବକ୍ତବ୍ୟ ରଖିଛି ଯେ, ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଓ ଅବିଭକ୍ତ ଅଂଶବିଶେଷ । ଏହି ତଥ୍ୟ ଅନେକ ଥର ଚୀନକୁ ଅବଗତ କରାଯାଇଛି । ଉଚ୍ଚ ସ୍ତରୀୟ ବୈଠକରେ ମଧ୍ୟ ଚୀନକୁ ଏହା କୁହାଯାଇଛି । ସୂଚନାଯୋଗ୍ୟ, ଚଳିତ ସପ୍ତାହର ଆରମ୍ଭରେ ଚୀନ ଲଦ୍ଦାଖ ଏବଂ ଅରୁଣାଚଳ ପ୍ରଦେଶ ବିବାଦକୁ ନେଇ କହିଥିଲା ଯେ ସେ ଏହାକୁ ଗୁରୁତ୍ୱ ଦିଏ ନାହିଁ । ଡ୍ରାଗନର ଏହି ଟିପ୍ପଣୀ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦ୍ୱାରା ସମ୍ବନ୍ଧିତ ଅଂଚଳରେ ପୋଲ ଉଦଘାଟନ ପରେ ଆସିଥିଲା । 

By amfnews

Related Post