Wed. Dec 25th, 2024

ଆପ୍ ନେତା ସଂଜୟ ସିଂହଙ୍କ ଉଦ୍ୟମ ଯୋଗୁ ଇସ୍ପାତ କର୍ମଚାରୀଙ୍କୁ ପେନସନ ପ୍ରଦାନ ନିଷ୍ପତ୍ତି

rklsanchar@gmail.com' By J.N. Pradhan Jul 15, 2018 #Featured
310 Views

ରାଉରକେଲା, ୧୫/୭ : ଆମ୍ ଆଦମି ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ଏବଂ ଇସ୍ପାତ, ଖଣି ଓ କୋଇଲା ପାଇଁ ପାର୍ଲିଆମେଣ୍ଟର ସ୍ଥାୟୀ କମିଟି ସଦସ୍ୟ ସଂଜୟ ସିଂହଙ୍କ ଇସ୍ପାତ କର୍ମଚାରୀମାନଙ୍କ ନୁତନ ପେନସନ ସ୍କିମ ଲାଗୁ ସମ୍ପର୍କରେ ସଂସଦରେ ପ୍ରଶ୍ନ କରିବା ଓ ଏ ସମ୍ପର୍କରେ ବାରମ୍ବାର ତାଗିଦ କରିବା ଯୋଗୁ ଇସ୍ପାତ ମନ୍ତ୍ରାଳୟ ଅଧିନସ୍ଥ ୮ଟି ଇସ୍ପାତ ପବ୍ଲିକ ସେକ୍ଟର ୟୁନିଟମାନଙ୍କରେ କାର୍ଯ୍ୟରତ ସମସ୍ତ କର୍ମଚାରୀମାନଙ୍କୁ ପେନସନ ପ୍ରଦାନ ପାଇଁ ଇସ୍ପାତ ମନ୍ତ୍ରାଳୟ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ସୁଚନା ଯୋଗ୍ୟ ଯେ, ଏହି ପେନସନ ସ୍କିମରେ ଅଧିକାରୀମାନଙ୍କୁ ୦୧.୦୧.୨୦୦୭ରୁ ତଥା ଶ୍ରମିକ କର୍ମଚାରୀମାନଙ୍କୁ ୦୧.୦୧.୨୦୧୨ରୁ ପେନସନ ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ବିଗତ ୮ ବର୍ଷ ପୂର୍ବରୁ ସେଲ୍ କର୍ମଚାରୀମାନଙ୍କୁ ପେନସନ ପ୍ରଦାନ ପାଇଁ ବୋର୍ଡର ଅନୁମୋଦନ ହୋଇଥିଲେ ମଧ୍ୟ ଇସ୍ପାତ ମନ୍ତ୍ରାଳୟର ଇଚ୍ଛାଶକ୍ତିର ଅଭାବ ଯୋଗୁ ପେନସନ ଫାଇଲ ଆଫୋର୍ଡେବିଲିଟି କ୍ଲଜ ନାଁରେ ଅଟକ ରଖାଯାଇଥିଲା ।

ଯାହା ଫଳରେ ବିଭିନ୍ନ ଶ୍ରମିକ ସଂଗଠନ ଓ ଅଧିକାରୀ ସଂଘମାନେ ପେନସନ ଲାଗୁ କରିବା ପାଇଁ ଇସ୍ପାତ ମନ୍ତ୍ରାଳୟ ଓ କର୍ପୋରେଟ ଅଫିସର ଦ୍ୱାରସ୍ଥ ବାରମ୍ବାର ହେଲେ ମଧ୍ୟ ଶ୍ରମିକମାନେ ଲାଭ ପାଇପାରୁ ନ ଥିଲେ । ଗତ ୨୦୧୮ ଜାନୁଆରୀ ମାସରରେ ରାଜ୍ୟସଭା ସାଂସଦ ଏବଂ ଇସ୍ପାତ, ଖଣି ଓ କୋଇଲା ପାଇଁ ପାର୍ଲିଆମେଣ୍ଟ ସ୍ଥାୟୀ କମିଟି ସଦସ୍ୟ ହେବା ପରେ ଇସ୍ପାତ ଶ୍ରମିକମାନଙ୍କ ପାଇଁ ପେନ୍ସନ ଲାଗୁ ଓ ବେତନ ବୃଦ୍ଧି କରିବା ଉଦ୍ଦେଶ୍ୟରେ ସର୍ବପ୍ରଥମ ଆମ୍ ମଜଦୁର ସଂଗଠନର ସାଧାରଣ ସମ୍ପାଦକ ବିନୟ ତିୱାରୀ ତାଙ୍କର ସାହାଯ୍ୟ ଲୋଢ଼ିଥିଲେ । ପରେ କିଛି ଶ୍ରମିକ ସଂଗଠନ ଓ ଅଫିସର ସଂଘ ସଦସ୍ୟମାନେ ଏ ସମ୍ପର୍କରେ ତାଙ୍କୁ ଅନୁରୋଧ ଜଣାଇଥିଲେ ।

ଫଳରେ ଗତ ୨୦୧୮ ଫେବୁଆରୀ ମାସରେ ସଂସଦର ଶୀତକାଳିନ ଅଧିବେଶନ ବେଳେ ଶ୍ରୀ ସିଂହ ସଂସଦରେ ସେଲ୍ ବାବଦରେ ୪ଟି ବୈଧାନିକ ପ୍ରଶ୍ନ କରିଥିଲେ । ଯେଉଁଥିରେ ପେନସନ ଓ ନୁତନ ବେତନ ନିର୍ଦ୍ଧାରଣ ମୁଖ୍ୟ ପ୍ରସଂଗ ଥିଲା । ସେ କହିଥିଲେ ଯେ, ବିଗତ ୯ ବର୍ଷ କାଳ ମଧ୍ୟରେ ସେଲ୍ ନିରନ୍ତର ଲାଭ କଲା ବେଳେ ଗୋଟିଏ ବର୍ଷର କ୍ଷତିର ଆଳ ଦେଖାଇ ଶ୍ରମିକମାନଙ୍କର ସାମାଜିକ ସୁରକ୍ଷା (ପେନସନ)କୁ ବନ୍ଦ କରି ପାରିବ ନାହିଁ ।

ସେ ଆହୁରି ପ୍ରଶ୍ନ କରିଥିଲେ ଯେ, ବିଗତ ଦିନମାନଙ୍କରେ ସେଲ୍ର ଉଚ୍ଚ ଅଧିକାରୀଙ୍କ ଭୁଲ୍ ନିଷ୍ପତ୍ତି ଯୋଗୁ ହୋଇଥିବା ୭୭୦୦୦ କୋଟି ଟଙ୍କାର କ୍ଷତି ପାଇଁ ଦୋଷୀମାନଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି? ଇସ୍ପାତ ମନ୍ତ୍ରୀ ଏହି ପ୍ରଶ୍ନର ସଠିକ ଜବାବ ଦେବାରେ ଅସଫଳ ହୋଇଥିଲେ ଯାହା ଫଳରେ ଦିର୍ଘ ୮ ବର୍ଷ ଥଣ୍ଡା ଅବସ୍ତାରେ ପଡ଼ି ରହିଥିବା ପେନସନର ଫାଇଲକୁ ଇସ୍ପାତ ମନ୍ତ୍ରାଳୟ ଆଗକୁ ବଢ଼ାଇବା ପାଇଁ ବାଧ୍ୟ ହୋଇଥିଲା । ଏହି ବିଷୟରେ ଆମ୍ ମଜଦୁର ସଂଗଠନର ସଦସ୍ୟମାନେ ଲଗାତାର ସଂଜୟ ସିଂହଙ୍କ ସହିତ ଯୋଗାଯୋଗ ଓ ସମ୍ପର୍କ ରଖିଥିଲେ ଫଳରେ ସଂଜୟ ସିଂହ ମଧ୍ୟ ଇସ୍ପାତ ମନ୍ତ୍ରାଳୟକୁ ବାରମ୍ବାର ତାଗିଦ କରିଥିଲେ ।

ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଇସ୍ପାତ ମନ୍ତ୍ରାଳୟ ଏହି ପେନସନ ସ୍କିମକୁ ଅନୁମୋଦନ କରିସାରିଛନ୍ତି ଏବଂ ଆସନ୍ତା ଜୁଲାଇ ୧୭ ତାରିଖ ଦିନ ଗଣମାଧ୍ୟମ, ଟ୍ରେଡ ୟୁନିୟନ, ଅଧିକାରୀ ସଂଘ ଇତ୍ୟାଦିଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଘୋଷଣା କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହା ଦ୍ୱାରା ସେଲ୍ର ୦୧.୦୧.୨୦୦୭ରୁ ପ୍ରାୟଃ ୧,୩୨,୦୦୦ ଶ୍ରମିକ କର୍ମଚାରୀ ଓ ଅଧିକାରୀମାନେ ଉପକୃତ ହେବେ ।

ପ୍ରକାଶଯୋଗ୍ୟ ଯେ, ସଂସଦର ଆସନ୍ତା ବର୍ଷାକାଳୀନ ଅଧିବେଶନରେ ରାଜ୍ୟସଭା ସାଂସଦ ଶ୍ରୀ ସିଂହ ସେଲ୍ କର୍ମଚାରୀମାନଙ୍କ ପାଇଁ ନୁତନ ବେତନ ନିର୍ଦ୍ଧାରଣରେ ହେଉଥିବା ବିଳମ୍ବର କାରଣ ସମ୍ପର୍କରେ ପ୍ରଶ୍ନ ଉତ୍ଥାପନ କରିବେ । ତେଣୁ ସେଲ୍ କର୍ମଚାରୀ, ଆମ୍ ଆଦମୀ ପାର୍ଟି ଓ ଆମ୍ ମଜଦୁର ସଂଗଠନ ତରଫରୁ ରାଜ୍ୟସଭା ସାଂସଦ ଶ୍ରୀ ସିଂହକୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

Related Post