Tue. Nov 19th, 2024

ଆପଲ ଓ ସାମସଙ୍ଗ ମୋବାଇଲ କମ୍ପାନୀ ଜରିମାନା ଦେବେ ୫.୭ ମିଲିୟନ ଡଲାର

By amfnews Oct 25, 2018 #Featured
133 Views

ନୂଆଦିଲ୍ଲୀ, ଅକ୍ଟୋବର ୨୫ : ଇଟାଲିରେ ସଫ୍ଟୱେର ଅପଡେଶନ ଯୋଗୁଁ ପୁରୁଣା ମୋବାଇଲ ଧିମା ପଡ଼ିଯିବା ଅଭିଯୋଗରେ ମୋବାଇଲ ହ୍ୟାଣ୍ଡସେଟ୍ ଉତ୍ପାଦନ କମ୍ପାନୀକୁ ମହଙ୍ଗା ପଡ଼ିଛି । ଆପଲ ଏବଂ ସାମସଙ୍ଗ ବିରୋଧରେ ହୋଇଥିବା ଅଭିଯୋଗ ପରେ ଇଟାଲିର ରେଗୁଲେଟରୀ ବଡି ‘ଆଣ୍ଟି ଟ୍ରଷ୍ଟ ୱାଚିଙ୍ଗ’ ଉଭୟ କମ୍ପାନୀ ଉପରେ ଅଲଗା ଅଲଗା ୫.୭ ମିଲିୟନ ଡଲାର ଜରିମାନା ଲଗାଇଛି । ରେଗୁଲେଟରୀ ବଡି ବୁଧବାର କହିଛନ୍ତି, ସଫ୍ଟୱେର ଅପଡେଶନ ହେବା ପରେ ଅଭିଯୋଗକାରୀଙ୍କ ମୋବାଇଲ ଫୋନ୍ ପ୍ରୋସେସିଙ୍ଗ ଧିମା ପଡ଼ିଯିବା ଅଭିଯୋଗରେ ଆପଲ ଏବଂ ସାମସଙ୍ଗ ଉପରେ ୫ ମିଲିୟନ ୟୁରୋ ଅର୍ଥାତ ୫.୭ ମିଲିୟନ ଡଲାର ଜରିମାନା ଦେବାକୁ କୁହାଯାଇଛି ।

ଅଭିଯୋଗ ମିଳିଥିଲା ଯେ, ଗ୍ରାହକଙ୍କ ହ୍ୟାଣ୍ଡସେଟ ବ୍ୟାଟେରୀ ହେପାଜତ ଅତ୍ୟଧିକ ଜରୁରୀ ପଡ଼ିଲେ କେମିତି ପରିବର୍ତ୍ତନ କରାଯିବ । କମ୍ପାନୀ ପକ୍ଷରୁ ଏସଂପର୍କରେ ଠିକ ଭାବରେ କୁହାଯାଇ ନଥିଲା । ଏଥି ପାଇଁ ଆପଲକୁ ଜରିମାନା ଲଗାଯାଇଛି । ଇଟାଲିର ଗ୍ରାହକମାନେ ଅଭିଯୋଗରେ କହିଥିଲେ ଯେ, ମୋବାଇଲ ଫୋନ ସଫ୍ଟୱେର ଅପଡେଶନ ପରେ ଡିଭାଇସର କାର୍ଯ୍ୟଦକ୍ଷତା ଧିମା ପାଲଟି ଯାଉଛି । ଅଭିଯୋଗ ହୋଇଛି, ମୋବାଇଲ ଫୋନକୁ ଏଭଳି ପ୍ରସ୍ତୁତ କରାଯାଉଛି ଯେ, ଅପଡେଶନ କଲେ ଧିମା ହୋଇଯିବ ଓ ଲୋକେ ପୁଣି ନୂଆ ମୋବାଇଲ କିଣିବେ ।

ଆଣ୍ଟି ଟ୍ରଷ୍ଟ ବଡି ଏକ ବୟାନରେ କହିଛି ଆପଲ ଏବଂ ସାମସଙ୍ଗର କିଛି ସଫ୍ଟୱେର ଅପଡେଟ ‘ପ୍ରୋସେସିଂ ଦ୍ରୁତ ହେବା ବଦଳରେ ମନ୍ଥର ହୋଇଯାଇଛି ଏବଂ ପ୍ରଦର୍ଶନରେ ଶୀଥଳ ଦେଖାଯାଇଛି । କମ୍ପାନୀ ଗ୍ରାହକଙ୍କ ସୁବିଧା ପାଇଁ ସନ୍ତୋଷଜନକ ସୁବିଧା ଦେଉ ନାହିଁ ବୋଲି ମଧ୍ୟ ଅଭିଯୋଗ ହୋଇଛି ।

 

By amfnews

Related Post