Sat. Mar 7th, 2026

ଆନ୍ଧ୍ରପ୍ରଦେଶରେ ରହିବନି ତେଲୁଗୁ ଓ ଉର୍ଦ୍ଦୁ ମାଧ୍ୟମ ସରକାରୀ ବିଦ୍ୟାଳୟ

267 Views

ବିଜୟଓ୍ଵାଡ଼ା: ଇଂରାଜୀ ମାଧ୍ୟମରେ ଶିକ୍ଷା ଦିଆଯିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବାରୁ ଆସନ୍ତା ଶିକ୍ଷାବର୍ଷ ଠାରୁ ଆନ୍ଧ୍ରପ୍ରଦେଶରେ ଆଉ ତେଲୁଗୁ ଓ ଉର୍ଦ୍ଦୁ ମାଧ୍ୟମ ସରକାରୀ ବିଦ୍ୟାଳୟ ରହିବ ନାହିଁ। ଏ ସଂକ୍ରାନ୍ତରେ ମଙ୍ଗଳବାର ଦିନ ଆଦେଶ ଜାରି କରଯାଇଛି।

ସମସ୍ତ ତେଲୁଗୁ ଓ ଉର୍ଦ୍ଦୁ ମାଧ୍ୟମ ବିଦ୍ୟାଳୟଗୁଡ଼ିକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପରିଣତ କରାଯିବ। ସରକାରୀ ସ୍କୁଲ୍‌ଗୁଡ଼ିକୁ ଟାଣୁଆ କରିବାକୁ ଇଂରାଜୀ ମାଧ୍ୟମକୁ ବାଧ୍ୟତାମୂଳକ କରିବାକୁ ଏକ ବିଶେଷଜ୍ଞ କମିଟି ଦେଇଥିବା ରିପୋର୍ଟ ଆଧାରରେ ଏ ଭଳି ନିଷ୍ପତ୍ତି ନିଆଯାଇଛି।

କମିସନର୍‌ ଅଫ୍‌ ସ୍କୁଲ୍‌ ଏଡୁକେସନ୍‌ଙ୍କ ଅନୁମତିକ୍ରମେ ମଙ୍ଗଳବାର ଦିନ ସ୍କୁଲ୍‌ ଶିକ୍ଷା ବିଭାଗ ଆଦେଶନାମା ଜାରି କରି ସମସ୍ତ ସରକାରୀ, ଏମ୍‌ପିପି ଏବଂ ଜିଲ୍ଲା ପରିଷଦ୍‌ ସ୍କୁଲ୍‌ଗୁଡ଼ିକର ସବୁ କ୍ଲାସ୍‌ଗୁଡ଼ିକୁ ଇଂରାଜୀ ମାଧ୍ୟମରେ ପରିଣତ କରାଯିବ ବୋଲି କହିଛି। ୨୦୨୦-୨୧ ଶିକ୍ଷାବର୍ଷରୁ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀଯାଏଁ ଏବଂ ୨୦୨୧-୨୨ରୁ ୯ମ ଓ ୧୦ମ ଶ୍ରେଣୀ ଇଂରାଜୀ ମାଧ୍ୟମ କରାଯିବ।

ବିଶେଷଜ୍ଞମାନଙ୍କ ଗାଇଡ୍‌ଲାଇନ୍‌ ଆଧାରରେ ରାଜ୍ୟ ସରକାର ଶିକ୍ଷକମାନଙ୍କ ତାଲିମ ଉପରେ ଧ୍ୟାନ ଦେବେ।

By amfnews

Related Post