215 Views
କ୍ରିଷ୍ଣା(ଆନ୍ଧ୍ରପ୍ରଦେଶ), ଫେବୃଆରୀ ୦୧ : ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାରେ ରବିବାର ୨ ଜଣ ଯାତ୍ରୀଙ୍କ ଠାରୁ କୋଟିଏ ୧୦ ଲକ୍ଷ ଟଙ୍କା ଜବତ ହୋଇଛି । ପୋଲିସ ଏହି ଟଙ୍କାକୁ ଜବତ କରି ଘଟଣାର ତଦନ୍ତ କରୁଛି । ପୁଲିସ ଜବତ ଟଙ୍କାକୁ ଆୟକର ବିଭାଗକୁ ହସ୍ତାନ୍ତର କରିଥବା ବେଳେ ଘଟଣାର ତଦନ୍ତ କରୁଛି ।
ପୋଲିସର ପଚରାଉଚରା ସମୟରେ ଯାତ୍ରୀ ଦ୍ୱୟ କହିଛନ୍ତି ଯେ, ଅଙ୍ଗୋଲରେ ସେମାନେ ନିଜର ୧୬ ଏକର ଜମିକୁ ବିକ୍ରି କରି ଏହି ଟଙ୍କା ପାଇଛନ୍ତି । ବସ ଭିତରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଚାଲାଣ ହେଉଥିବା ନେଇ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଅତର୍କିତ ଭାବେ ଚଢ଼ାଉ ହୋଇଥିଲା ।