Tue. Dec 24th, 2024

ଆନ୍ଧ୍ରକୁ ଶକ୍ତ ଝଟକା, ଲକ୍ଷ୍ମୀ ସବରଙ୍କ ପରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ଦ୍ରୌପଦୀ ସବର

By amfnews Feb 8, 2021 #Featured
126 Views

ଗଜପତି, ଫେବୃଆରୀ 8 : ଓଡ଼ିଶାରେ ପଶି ନିର୍ବାଚନ କରିବାକୁ ଚେଷ୍ଠା କରୁଥିବା ଆନ୍ଧ୍ର ସରକାରଙ୍କ ଯୋଜନା ବିଫଳ ହେବାରେ ଲାଗିଛି । ଆନ୍ଧ୍ର ପ୍ରଦେଶର ସୋବା ପଂଚାୟତ ନିର୍ବାଚନରେ ୱାର୍ଡ ମେମ୍ବର ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିବା ଗଜପତିର ଲକ୍ଷ୍ମୀ ସବର ପୂର୍ବରୁ ନାମାଙ୍କନ ପ୍ରତ୍ୟାହାର କରିଥିବାବେଳେ ଏବେ ଅନ୍ୟଜଣେ ପ୍ରାର୍ଥୀ ଦ୍ରୌପଦୀ ସବର ମଧ୍ୟ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି ।

ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷଦିନ ରହିଥିବା ବେଳେ ଗଜପତି ଜିଲ୍ଲା ପ୍ରଶାସନର ଚାପ ପରେ ଧିରେ ଧିରେ ନିର୍ବାଚନରୁ ଓହରିଛନ୍ତି ଓଡିଶାର ପ୍ରାର୍ଥୀ । ଆନ୍ଧ୍ରର ଦାଦାଗିରି ଦିନକୁ ଦିନ ବଢିବାରେ ଲାଗିଛି ତେଣୁ କୋଟିଆରେ ଆନ୍ଧ୍ରପ୍ରଦେଶ ନିର୍ବାଚନ କରାଉଥିବାରୁ ଏହାକୁ ବିରୋଧ କରି ସୁପ୍ରିମୋକର୍ଟ ଯିବା ପାଇଁ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର ।

ଆଜି ଏନେଇ ଆଡଭକେଟ ଜେନେରାଲଙ୍କ ସହ ଗୁରୁତ୍ୱପୁର୍ଣ୍ଣ ଆଲୋଚନା ହେବ । ଏହି ଆଲୋଚନା ରେ କୋରାପୁଟ ଜିଲ୍ଲାପାଳ,ଏଡିଏମ , ପଞ୍ଚାୟତ ଅଧିକାରୀ ଓ ଆଇନଜିବୀ ଉପସ୍ଥିତି ରହିବେ ।

By amfnews

Related Post