Sat. Mar 7th, 2026

‘ଆନ୍ଦୋଳନକୁ ମାସେ ସ୍ଥଗିତ ରଖିଲୁ, ତା’ ପରେ ଯାହା ହେବ ସରକାର ଦାୟୀ’

142 Views

ଭୁବନେଶ୍ୱର : ବିଭିନ୍ନ ଦାବି ପୂରଣ ନିମନ୍ତେ ରାସ୍ତାକୁ ଓହ୍ଲାଇବାକୁ ୪୮୮ ବର୍ଗ ଅନୁଦାନପ୍ରାପ୍ତ ଅଧ୍ୟାପକ ସଂଘ ଚେତାବନୀ ଦେଇଥିବା ବେଳେ ଏହାକୁ ନାଲି ଆଖି ଦେଖାଉଛି ଉଚ୍ଚ ଶିକ୍ଷା ବିଭାଗ। ଆନ୍ଦୋଳନାକୁ ଆଖି ଆଗରେ ରଖି ଅଧ୍ୟାପକଙ୍କ ଛୁଟି ଉପରେ ରୋକ୍ ଲଗାଇବା ସହ ରାଲି ଧାରଣା ଉପରେ ମଧ୍ୟ କଟକଣା ଲଗାଇଛି  ବିଭାଗ । ଏହାକୁ ଅସାମ୍ବିଧାନିକ ଦର୍ଶାଇ ୪୮୮ ବର୍ଗ ଅନୁଦାନପ୍ରାପ୍ତ ଅଧ୍ୟାପକ ସଂଘର ୪ ଜଣିଆ ପ୍ରତିନିଧି ଦଳ ଗତକାଲି ରାଜ୍ୟପାଳଙ୍କୁ ଭେଟିଛନ୍ତି।

ସରକାର ଦାବି ପୂରଣ ନକରି ଅଧ୍ୟାପକଙ୍କ ଅଧିକାର ଉପରେ ରୋକ୍ ଲଗାଉଥିବା ସଂଘ ଅଭିଯୋଗ ଆଣିଛି। ଏକାଧିକ ଦାବି ନେଇ ଉଚ୍ଚଶିକ୍ଷା ସଚିବଙ୍କୁ ସଂଘର ପ୍ରତିନିଧିମାନେ ଭେଟିଥିବାବେଳେ ସଚିବ ଏକମାସ ମହଲତ ମାଗିଥିବା ରାଜ୍ୟପାଳଙ୍କୁ ଜଣାଇଛନ୍ତି। ଏହାସହ ମାର୍ଚ୍ଚ ୧ ରେ ହେବାକୁ ଥିବା ଆନ୍ଦୋଳନକୁ ବି ସ୍ଥଗିତ ରଖାଯାଇଥିବା ସଂଘ ସୂଚନା ଦେଇଛନ୍ତି।

ଏନେଇ ସଂଘ ପକ୍ଷରୁ କୁହାଯାଇଛି, ମାର୍ଚ୍ଚ ୧ରେ ଯେଉଁ ଆନ୍ଦୋଳନ ଡାକରା ଦେଇଥିଲୁ ତାହାକୁ ସାମୟିକ ଭାବେ ସ୍ଥଗିତ ରଖିଛୁ। ସରକାରଙ୍କୁ ୧ ମାସ ସମୟ ଦେଉଛି, ଏହା ମଧ୍ୟରେ ସରକାର ଚାକିରି ସର୍ତ୍ତବଳୀ ସହ ସପ୍ତମ ବେତନ କମିଶନ ଲାଗୁ ନ କଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ। ଏଥିନିମନ୍ତେ ସରକାର ଦାୟୀ ରହିବେ ବୋଲି ସଂଘ ତରଫରୁ ଚେତାବନୀ ଦିଆଯାଇଛି।

By amfnews

Related Post