Wed. Dec 25th, 2024

ଆନ୍ତର୍ଜାତୀୟ ପଦକପ୍ରାପ୍ତ ଅଭିଷେକଙ୍କୁ ରାଜ୍ୟ ପୋଲିସରେ ନିଯୁକ୍ତି

rklsanchar@gmail.com' By J.N. Pradhan Jul 23, 2018 #Featured
197 Views

ରାଉରକେଲା, ୨୩/୭ : ୨୦୧୫ ମସିହା ୮ମ କମନୱେଲଥ କରାଟେ ଚମ୍ପିୟନସିପରେ ରାଉରକେଲାର କରାଟେ କ୍ରୀଡାବିତ ଅଭିଷେକ ପଟ୍ଟନାୟକ (-୨୧) ବର୍ଷ ବୟସ୍କ କାଟା ବର୍ଗରେ ଭାରତର ପ୍ରତିନିଧିତ୍ୱ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବାରୁ ତାଙ୍କୁ ରାଜ୍ୟ ପୋଲିସରେ ନିଯୁକ୍ତି ମିଳିଛି । ଗତ ୨୦୧୫ ମସିହାରେ ରାଜ୍ୟର କୃତୀ ଜାତୀୟ ଓ ଆନ୍ତର୍ଜାତୀୟ ପଦକପ୍ରାପ୍ତ କ୍ରୀଡାବିତମାନଙ୍କୁ ରାଜ୍ୟ ପୋଲିସ ବିଭାଗରେ ସିଧାସଳଖ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ନିଯୁକ୍ତି ଯୋଜନାରେ ଅଭିଯୋକ ଏହି ନିଯୁକ୍ତି ପାଇ ରାଉରକେଲା ପୋଲିସରେ ଯୋଗ ଦେଇଛନ୍ତି ।

ଉକ୍ରଳ କରାଟେ ସ୍କୁଲର ପ୍ରତିଷ୍ଠାତା ତଥା ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରାପ୍ତ ସିହାନ ଡ.ହରିପ୍ରସାଦ ପଟ୍ଟନାୟକ ଓ ଜାତୀୟ ଏବଂ ଆନ୍ତର୍ଜାତୀୟ ପଦକପ୍ରାପ୍ତ ତଥା ଉକ୍ରଳ କରାଟେ ସ୍କୁଲ ରାଉରକେଲା ଶାଖା ପ୍ରଶିକ୍ଷକ ରାଜୀବ କୁମାର ସିଂଙ୍କ ଅଧିନରେ ଦୀର୍ଘଦିନରୁ ଅଭିଷେକ କରାଟେ କ୍ରୀଡା ପ୍ରଶିକ୍ଷଣ ନେଇଛନ୍ତି ।

ଏହି ସଫଳତା ପାଇଁ ଓଡିଶା ରାଜ୍ୟ କରାଟେ ଆସୋସିଏସନ ସାଧାରଣ ସମ୍ପାଦକ ଡ.ହରିପ୍ରସାଦ ପଟ୍ଟନାୟକ ଓ କର୍ମକର୍ତ୍ତା ତଥା ରାଜ୍ୟର ବରିଷ୍ଠ କରାଟେକା ଖାରବେଳ ମଲ୍ଲିକ, ଅରବିନ୍ଦ ପଟ୍ଟନାୟକ, ଜୟଦେବ ପଟ୍ଟନାୟକ, ସନ୍ଦୀପ ମହାନ୍ତି, ଗୌରୀ ମହାନ୍ତି, ମହେଶ ବରାଳ, ଦୀପକ ସାମନ୍ତରା ଓ ରାଉରକେଲା କରାଟେ ଆସୋସିଏସନ ସଭାପତି ସାରଦା ପ୍ରସାନ ନାୟକ, ସାଧାରଣ ସମ୍ପାଦକ ରାଜୀବ ସିଂ ପ୍ରମୁଖ ଅଭିଷେକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Related Post