Sat. Jan 25th, 2025

ଆନ୍ତଃରାଜ୍ୟ ଲୁଟେରା ସମେତ ୨ ଗିରଫ, ସୁନା ଜବତ

By amfnews Dec 29, 2018 #Featured
246 Views

ରାଉରକେଲା, ଡିସେମ୍ବର ୨୯  : ରାଉରକେଲାରୁ ରାୟଗଡା ଦେଇ ଦେଶର ବିଭିନ୍ନ ସ୍ଥାନକୁ ଯାଉଥିବା ଯାତ୍ରୀବାହୀ ଟ୍ରେନରୁ ନିୟମିତ ଲୁଟ୍ କରୁଥିବା ଏକ ଆନ୍ତରାଜ୍ୟ ଚୋର ଦଳର ସଦସ୍ୟକୁ ରେଳାବାଇ ପୋଲିସ ଗିରଫ କରିବାରେ ସଫଳ ହୋଇଥିବା ନେଇ ରେଳବାଇ ଏସପିଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରେଳବାଇ ଏସ୍ପି ଅଜୟ ପ୍ରତାପ ସ୍ୱାଇଁ । ଶ୍ରୀ ସ୍ୱାଇଁଙ୍କ ସୂଚନା ଅନୁଯାୟୀ ଗତ ୧୭ ତାରିଖରେ ବୋକାରୋ-ଆଲେପୀ ଏକ୍ସପ୍ରେସ୍ ଟ୍ରେନରେ ବି. ସତ୍ୟନାରାୟଣ ନାମକ ଜଣେ ବ୍ୟକ୍ତି ନିଜ ଭଉଣୀଙ୍କ ସହିତ ଯାଉଥିବାବେଳେ ରାୟଗଡା ନିକଟରେ କିଛି ଦୁର୍ବୃତ୍ତମାନେ ତାଙ୍କ ଆଟାଚିର ଚେନ୍ କାଟି ଲୁଟ୍ କରି ନେଇଥିଲେ ।

ଏନେଇ ଶ୍ରୀ ସତ୍ୟନାରାୟଣ ଗତ ୨୧ ତାରିଖରେ ରାୟଗଡା ରେଳବାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ  । ପରେ ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଘଟଣାରେ ରାୟଗଡା ଓ ରାଉରକେଲା ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ସମେତ ରାୟଗଡ ଏବଂ ରାଉରକେଲାରେ ଥିବା ସାଇବର ସେଲ୍ ଓ ପ୍ଲାଣ୍ଟସାଇଟ୍ ଥାନା ଆଇଆଇସିଙ୍କ ସହଯୋଗରେ ରେଳବାଇ ଏସପି ଶ୍ରୀ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ରାୟଗଡା ରେଳବାଇ ଏସଡିପିଓ କୈଳାସ ଚନ୍ଦ୍ର ଭୁରୁଡା, ରାୟଗଡା ଥାନା ଆଇଆଇସି ଶୁଭେନ୍ଦୁ ସବର, ଏବଂ ଏସ୍ଆଇ ୟୁ.ସି. ନାୟକ, ରାଉରକେଲା ଆରପିଏଫ୍ ଇନ୍ସପେକ୍ଟର ଡି.ଏନ୍. ତ୍ରିଲୋକଙ୍କୁ ନେଇ ଗଠିତ ଦଳ ଝାଡ଼ଖଣ୍ଡ ବିହାର ସମେତ ଓଡ଼ିଶାର ବିଭିନ୍ନ ସ୍ଥାନ ତଥା ରାୟଗଡା ରେଳ ଷ୍ଟେସନରେ ଲାଗିଥିବା ସିସି ଟିଭି କ୍ୟାମେରାକୁ ଯାଞ୍ଚ କରିବା ପରେ ରାଉରକେଲାର ରଘୁନାଥପାଲ୍ଲୀ ଥାନା ଅଞ୍ଚଳର କୋଏଲ ବ୍ୟାଙ୍କ ନିକଟରେ ରହୁଥିବା ଆକବର ଅଲ୍ଲୀକୁ ଗିରଫ କରିବା ସହିତ ତା’ ଠାରୁ ୨୩ ଭରି ଓଜନର ସୁନା ଅଳଙ୍କାର ଜବତ କରିଥିଲେ ।

ଆକବରର ସୂଚନା ଅନୁଯାୟୀ ମୁଥୁଟ୍ ଫାଇନାନ୍ସ ନାମକ ଏକ ଘରୋଇ ଋଣ ପ୍ରଦାନକାରୀ ସଂସ୍ଥାରେ ବନ୍ଧକ ରଖାଯାଇଥିବା ୮୮.୫ ଗ୍ରାମ୍ ସୁନା ମଧ୍ୟ ଜବତ କରାଯାଇଥିବା ଜଣାପଡିଛି  । ଜବତ ସୁନାର ମୂଳ୍ୟ ପ୍ରାୟ ୧୦ରୁ ୧୨ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ସତ୍ୟନାରାୟଣଙ୍କ ଠାରୁ ପ୍ରାୟ ୭୦ ଗ୍ରାମ ଓଜର ସୁନା ଚୋରି ହୋଇଥିବା ଅଭିଯୋଗ କରାଯାଇଛି  । ଏହି ଘଟଣାରେ ଆକବର ଠାରୁ ଚୋରି ସୁନାକୁ ପୁନଃ ନିର୍ମାଣ ପାଇଁ ନେଇଥିବା ଟିଙ୍କୁ ଲୋହାର ନାମକ ଜଣେ ସୁନା କାରିଗରକୁ ମଧ୍ୟ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି  । ଏହି ଘଟଣାରେ ଫୋରା ଥିବା ଅନ୍ୟ ୨/ ୩ ଜଣ ଅଭିଯୁକ୍ତକୁ ପୋଲିସ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି  ।

By amfnews

Related Post