Tue. Mar 10th, 2026

ଆନନ୍ଦବଜାରରେ ଅବଢ଼ା ଦର ତାଲିିକା ମରାଯିବାକୁ ନେଇ ବିବାଦ; ହଟିଲା ଦର ତାଲିକା

274 Views

ପୁରୀ  : ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ତଥା ଶ୍ରୀମନ୍ଦିର ସଂସ୍କାର ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ଆଜି ଶ୍ରୀମନ୍ଦିର ପ୍ରଶାସନ, ଜଗଦଗୁୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଓ  ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିବା ବେଳେ ଆନନ୍ଦବଜାରରେ ଅବଢ଼ା ମୂଲ୍ୟ ଦର ତାଲିକା ମରାଯିବା ଘଟଣା ଏକ ନୂଆ ବିବାଦ ସୃଷ୍ଟି କରିଛି।

ଆଜି ସକାଳେ କେହି ଆନନ୍ଦବଜାରରେ ଅବଢ଼ାର ମୂଲ୍ୟ ଲେଖାଥିବାଏକ ତାଲିକା ମାରିଥିଲେ। ଭକ୍ତମାନେ ଆନନ୍ଦବଜାରରେ ଅବଢ଼ା କିଣିବା ବେଳେ ଠକାମିର ଶିକାର ହେଉଥିବା ପରିପ୍ରେକ୍ଷୀରେ ଏହି ଅବଢ଼ା ତାଲିକା ମରାଯାଇଥିିବା ପ୍ରଥମେ କୁହାଯାଇଥିଲା। ମାତ୍ର ଏ ପ୍ରକର ଅବଢ଼ା ଦର ତାଲିକା ମରାଯିବା  ଶ୍ରୀମନ୍ଦିର ପ୍ରଶାସନ ଅନୁମୋଦନ କରିନାହିଁ ବୋଲି କୁହାଯାଇଛି। ଏଥିସହ ଅବଢ଼ା ଦର ତାଲିକାକୁ  ଶ୍ରୀମନ୍ଦିର ପରିଚାଳନା ସମିତି ମଧ୍ୟ ଅନୁମୋଦନ କରିନାହିଁ।  କିଏ ଏପରି ତାଲିକା ମାରିଛନ୍ତି ତାହା ସେ ଜାଣି ନାହାନ୍ତି କିମ୍ବା ଏହି ଅବଢ଼ା ଦର ତାଲିକାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁମୋଦନ  କରି ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।ଏଥିସହ ଲଗାଯାଇଥିବା ଦର ତାଲିକାକୁ ପ୍ରଶାସନ ହଟାଇ ଦେଇଛି। ଶ୍ରୀମନ୍ଦିର ପରିଚାଳନା ସମିତି ଅବଢ଼ା ଦର ତାଲିକାକୁ ଅନୁମୋଦନ କରିବା ପରେ ନୂତନ ତାଲିକା ଶ୍ରୀଜଗନ୍ନାଥ ମନ୍ଦିର ଅାନନ୍ଦ ବଜାରରେ ଲଗାଯିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାାସକ ପ୍ରଦୀପ୍ତ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

By amfnews

Related Post