ଭୁବନେଶ୍ବର : କେନ୍ଦ୍ରୀୟ ରେଳପଥର ୱାଡି-ପୁନେ ରେଳ ସେକ୍ସନର କାଲବୁର୍ଗୀ-ସଭାଲଗି ରେଳଷ୍ଟେସନରେ ଦୋହରୀକରଣ କାର୍ଯ୍ୟ ଓ ପୁନେ-ଏଲଟିଟି ରେଳ ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥ ପରିସୀମାରୁ ମୁମ୍ବାଇ ଯାତ୍ରା କରୁଥିବା ୩ଟି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି। ନଭେମ୍ବର ୨୦ ରୁ ୨୫ ମଧ୍ୟରେ ଉଭୟ ଭୁବନେଶ୍ୱର ଓ ମୁମ୍ବାଇ ପାର୍ଶ୍ୱରୁ ଭୁବନେଶ୍ୱର-ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ(୧୧୦୨୦/୧୧୦୧୯) ଏହାର ନିର୍ଧାରିତ ମାର୍ଗ ପରିବର୍ତ୍ତେ ସିକନ୍ଦରାବାଦ-ନାନ୍ଦେଡ-ଔରଙ୍ଗାବାଦ-ମନମଡ଼ ମାର୍ଗ ଦେଇ ଚଳାଚଳ କରିବ। ଏହି ସମୟ ମଧ୍ୟରେ କୋଣାର୍କ ଏକ୍ସପ୍ରେସ ଉଭୟ ପାର୍ଶ୍ୱରୁ ବେଗମପେଟ, ଲିଙ୍ଗମପଲ୍ଲୀ, ତନ୍ଦୁର, ସେରମ, ୱାଡି, କାଲବୁର୍ଗୀ, ସୋଲାପୁର ଓ ଦଉଣ୍ଡ ଷ୍ଟେସନରେ ରହଣି କରିବ ନାହିଁ। ପୁନେ-ଭୁବନେଶ୍ୱର-ପୁନେ ଏକ୍ସପ୍ରେସ (୨୨୮୮୧/୨୨୮୮୨) ଭୁବନେଶ୍ୱରଠାରୁ ନଭେମ୍ବର ୨୬ ତାରିଖ ଦିନ ଓ ପୁନେଠାରୁ ନଭେମ୍ବର ୨୮ ତାରିଖ ଦିନ ପରିବର୍ତ୍ତିତ ମାର୍ଗ ବିକାରାବାଦ-ପାର୍ଲି ଭାଇଜନାଥ-ଲାଟୁର ରୋଡ- କୁର୍ଡୁଭାଡି ମାର୍ଗରେ ଚଳାଚଳ କରିବ। ବିକାରାବାଦ ଓ ପୁନେ ମଧ୍ୟରେ ସ୍ଥିରୀକୃତ ଷ୍ଟେସନ ପଥରେ ଯିବନାହିଁ। ବିଶାଖାପାଟଣା-ଏଲଟିଟି-ବିଶାଖାପାଟଣା ଏକ୍ସପ୍ରେସ(୧୮୫୧୯/୧୮୫୨୦) ବିଶାଖାପାଟଣାଠାରୁ ନଭେମ୍ବର ୧୯ରୁ ୨୫ ମଧ୍ୟରେ ଓ ଏଲଟିଟିଠାରୁ ନଭେମ୍ବର ୨୧ରୁ ୨୬ ମଧ୍ୟରେ ଉଭୟ ପାର୍ଶ୍ୱରୁ ପରିବର୍ତ୍ତିତ ମାର୍ଗ ବିକାରାବାଦ-ପାର୍ଲି ଭାଇଜନାଥ-ଲାଟୁର ରୋଡ-କୁର୍ଡୁଭାଡି ମାର୍ଗରେ ଚଳାଚଳ କରିବ। ଏହି ଟ୍ରେନ ଉପରୋକ୍ତ ସମୟ ମଧ୍ୟରେ ବିକାରାବାଦ ଓ ପୁନେ ମଧ୍ୟରେ ସ୍ଥିରୀକୃତ ଷ୍ଟେସନଗୁଡ଼ିକରେ ରହଣି କରିବ ନାହିଁ। ନଭେମ୍ବର ମାସ ଶେଷ ପର୍ଯ୍ୟନ୍ତ ଏହି ଟ୍ରେନ ଉଭୟ ଦିଗରୁ ବିଶାଖାପାଟଣା ଓ ପୁନେ ମଧ୍ୟରେ ଚଳାଚଳ କରିବ। ପୁନେ ଓ ଏଲଟିଟି ମଧ୍ୟରେ ବାତିଲ ରହିବ।
157 Views