Sat. Nov 2nd, 2024

ଆଧୁନିକ ଯୁଗର ମାତୃଭକ୍ତ, ସ୍କୁଟରରେ ମା କୁ ବୁଲାଉଛନ୍ତି ସାରା ଦେଶ

By amfnews Jul 1, 2019 #Featured
169 Views

ମହୀଶୂର : ଆଧୁନିକ ଯୁଗର ଶ୍ରବଣ କୁମାର | ନିଜ ଅନ୍ଧ ବାପା-ମାଙ୍କୁ ଭାରରେ ବୋହି ତୀର୍ଥସ୍ଥଳ ଭ୍ରମଣ କରାଉଥିବା ଶ୍ରବଣ କୁମାରଙ୍କ କାହାଣୀ ପଢ଼ିଥିବେ | ଏବେ ବି ଭାରତରେ ଏଭଳି ଜଣେ ବ୍ୟକ୍ତି ଅଛନ୍ତି ଯିଏ କି ମା ର ଇଚ୍ଛା ପାଇଁ ଏବେ ସାରା ଦେଶ ମା କୁ ଧରି ବୁଲୁଛନ୍ତି ସାରା ଦେଶ | କର୍ଣ୍ଣାଟକର ମହୀଶୂରରେ ରହୁଥିବା ଡାକ୍ତର କୃଷ୍ଣ କୁମାର ନିଜର ୭୦ ବର୍ଷୀୟ ମା ଙ୍କୁ ସ୍କୁଟରରେ ବସାଇ ଭାରତରେ ଥିବା ତୀର୍ଥ ସ୍ଥଳ ପରିଦର୍ଶନ କରାଉଛନ୍ତି |

ଏବେ କୃଷ୍ଣ କୁମାର ନିଜ ମା ଙ୍କୁ ଧରି ଆସାମର ତିନିସୁକିଆରେ ପହଂଚିଛନ୍ତି | କୃଷ୍ଣ କୁମାରଙ୍କ ମତରେ ସେ ମାତୃ ସେବା ସଂକଳ୍ପ ଯାତ୍ରା ୨୦୧୮ ମସିହା ଜାନୁୟାରୀ ମାସରୁ ଆରମ୍ଭ କରିଥିଲେ | କର୍ଣ୍ଣାଟକରୁ ଆରମ୍ଭ ହୋଇଥିବା ଯାତ୍ରା କେରଳ, ତାମିଲନାଡୁ, ପୁଡୁଚେରୀ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଗୋଆ, ଛତିଶଗଡ଼, ଓଡିଶା, ପଶ୍ଚିମବଙ୍ଗ, ସିକିମ ଓ ବିହାର ଯାତ୍ରା କରିସାରିଲେଣି | ଏହି ସବୁ ରାଜ୍ୟରେ ଥିବା ତୀର୍ଥ ସ୍ଥଳ ମାଙ୍କୁ ଦେଖାଇବା ସହ ନେପାଳ ଓ ଭୁଟାନ ମଧ୍ୟ ଗସ୍ତ କରିସାରିଲେଣି |

ଆସାମର ତିନିସୁକିଆରୁ ସେ ଅରୁଣାଚଳ ପ୍ରଦେଶର ପର୍ଶୁରାମ କୁଣ୍ଡ ଗସ୍ତରେ ଯିବେ | ଆଧୁନିକ ଯୁଗରେ ପିଲାମାନେ ନିଜ ବାପା-ମା ଙ୍କୁ ଵୃଦ୍ଧାଶ୍ରମରେ ଛାଡିଦେଉଥିବାବେଳେ କୃଷ୍ଣ କୁମାରଙ୍କ ଏହି ପ୍ରୟାସ ନିଶ୍ଚିତ ପ୍ରଶଂସାଯୋଗ୍ୟ |

By amfnews

Related Post