Thu. Apr 24th, 2025

ଆତ୍ମାହୁତି କରିଥିବା ବିଜେଡି ନେତ୍ରୀ ମିନାକ୍ଷୀ ଆଜି ଆଖି ବୁଜିଲେ

By amfnews Feb 20, 2020 #Featured
220 Views

ବ୍ରହ୍ମପୁର  :  ଆଖି ବୁଜିଲେ ବ୍ରହ୍ମପୁରର ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର। ବ୍ରହ୍ମପୁର ଏସ୍‌ପି ଅଫିସ୍‌ ସମ୍ମୁଖରେ ଆତ୍ମାହୁତି ଦେଇଥିବା ମିନାକ୍ଷୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଜି ପ୍ରାଣ ହରାଇଥିବା ସୂଚନା ମିଳିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ି ଯାଇଥିଲା।

ଫେବୃଆରୀ ୧୨ ତାରିଖ ଦିନ ବ୍ରହ୍ମପୁର ଏସ୍‌ପିଙ୍କ ଅଫିସ ସାମ୍ନାରେ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ ମିନାକ୍ଷୀ। ପ୍ରଥମେ ଏମକେସି ଏବଂ ପରେ  ଗତ ୧୪ରେ ତାଙ୍କୁ କଟକ ଏସ୍‌ସିବି ସ୍ଥନାନ୍ତର କରାଯାଇଥିଲା। ପରେ ପୁଣି  ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, ଗତ ୨୮ ତାରିଖରେ ମିନାକ୍ଷୀଙ୍କ ଘର ସାମ୍ନାରେ ଏକ ପାର୍କିଂକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏହି ଘଟଣାକୁ ନେଇ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଥିଲେ ମିନାକ୍ଷୀ ମିଶ୍ର ଏବଂ ତାଙ୍କ ପୁଅ ରାଜା ମିଶ୍ର। ଏହି ମାମଲାରେ ପୁଲିସ୍‌ ୫ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେ ମିନାକ୍ଷୀଙ୍କ ପୁଅ ରାଜା ମିଶ୍ର ବି ଥିଲେ। ଏହି ଘଟଣାକୁ ନେଇ ମିନାକ୍ଷୀ ଫେବୃଆରୀ ୧୨ରେ ଏସ୍‌ପିଙ୍କୁ ସାକ୍ଷାତ କରିବାକୁ ଯାଇଥିବାବେଳେ ନିଜ ଦେହରେ  କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ।

By amfnews

Related Post