Sat. Mar 7th, 2026

ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଉଥିବା ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର୍‌ମାଇଣ୍ଡ୍‌ ହାଫିଜ୍‌ ସଇଦ୍‌ଙ୍କୁ ବୁକ୍‌ କଲା ପାକିସ୍ତାନ

255 Views

ଲାହୋର : ବୁଧବାର ଦିନ ପାକିସ୍ତାନ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର୍‌ମାଇଣ୍ଡ୍‌ ହାଫିଜ୍‌ ସଇଦ୍‌ ଏବଂ ତାଙ୍କର ୧୨ ସହଯୋଗୀଙ୍କୁ ୨୩ଟି ମାମଲାରେ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା କରିଥିବା କାରଣରୁ ବୁକ୍‌ କରିଛି। ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାକିସ୍ତାନ ଉପରେ ଆନ୍ତର୍ଜାତିକ ଚାପ କ୍ରମଶଃ ବଢ଼ି ଚାଲିଛି।

ପାକିସ୍ତାନର କାଉଣ୍ଟର୍‌-ଟେରରିଜମ୍‌ ବିଭାଗ କହିଛି ଯେ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ପାଇଁ ଅର୍ଥ ଯୋଗାଡ଼ କରିବାକୁ ପାଞ୍ଚଟି ଟ୍ରଷ୍ଟ୍‍ ବ୍ୟବହାର କରିଥିବା ଜମାତ୍‌-ଉଦ୍‌-ଦାଓ୍ଵାର ମୁଖ୍ୟ ଏବଂ ତାଙ୍କର ୧୨ ଜଣ ସହଯୋଗୀଙ୍କ ବିରୋଧରେ ୨୩ ମାମଲା ରୁଜୁ କରାଯାଇଛି।

ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଥିବା କାଉଣ୍ଟର୍‌-ଟେରରିଜମ୍‌ ବିଭାଗ ଜମାତ୍‌-ଉଦ୍‌-ଦାଓ୍ଵା ମୁଖ୍ୟ ହାଫିଜ୍‌ ସଇଦ୍‌ ଏବଂ ତାଙ୍କ ସଙ୍ଗଠନର ଅନ୍ୟ ସଦସ୍ୟମାନଙ୍କ ବିରୋଧରେ କେସ୍‌ ଫାଇଲ୍‌ କରିଛି। ହାଫିଜ୍‌ ବ୍ୟବହାର କରିଥିବା ଦାତବ୍ୟ ସଂଗଠନଗୁଡ଼ିକ ହେଉଛି: ଦାଓ୍ଵାତ୍‌ ଇଶ୍‌ରାଦ୍‌ ଟ୍ରଷ୍ଟ୍‍, ମୋଆଜ୍‌ ବିନ୍‌ ଜବାଲ୍‌ ଟ୍ରଷ୍ଟ୍‍, ଅଲ୍‌-ଅନ୍‌ଫାଲ୍‌ ଟ୍ରଷ୍ଟ, ଅଲ୍‌-ମଦିନା ଫାଉଣ୍ଡେସନ୍‌ ଟ୍ରଷ୍ଟ୍‍, ଅଲ୍‌-ହମଦ ଟ୍ରଷ୍ଟ। ଏହି ସଂଗଠନ ଲାହୋର, ଗୁଜରାନ୍‌ଓ୍ଵାଲା ଏବଂ ମୁଲ୍‌ତାନ ଭଳି ପ୍ରମୁଖ ସହରରେ କାର୍ଯ୍ୟକରୁଛି।

ଏହି ମାମଲାରେ ସମ୍ପୃକ୍ତ ଜମାତ୍‌ -ଉଦ୍‌-ଦାଓ୍ଵାର ଚାରି ଜଣ ସଦସ୍ୟ ହେଲେ ହାଫିଜ୍‌ ମହମ୍ମଦ୍‌ ସଇଦ୍‌, ଅବ୍‌ଦୁଲ୍‌ ରେହମାନ୍‌, ଅମୀର ହାମ୍‌ଜା ଓ ମହମ୍ମଦ ୟାହ୍ୟା ଅଜିଜ୍‌। ଏମାନେ ଅର୍ଥ ଯୋଗାଡ଼ କାମରେ ସମ୍ପୃକ୍ତ ଥିଲେ।

By amfnews

Related Post