Sat. Mar 7th, 2026

ଆତଙ୍କବାଦୀ ଆକ୍ରମଣ, ଜଣେ ଯବାନ ଶହୀଦ

159 Views

ଶ୍ରୀନଗର: ଜମ୍ମୁ କଶ୍ମୀରର ଶ୍ରୀନଗରର ପରିମପୋରାରେ ଆଜି ସକାଳେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ ସିଆରପିଏଫର ଜଣେ ଯବାନ ଶହୀଦ ହୋଇଥିବା ବେଳେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

IANS Tweets

@ians_india

Two militants and a man were killed in a brief encounter on the outskirts of on Wednesday morning.

Photo: IANS (File)

View image on Twitter

ଆଜି ସକାଳେ ଶ୍ରୀନଗରର ଲାବୋପୋରା ଅଞ୍ଚଳର ପରିମପୋରାରେ ଥିବା ଚେକ ପୋଷ୍ଟ ନିକଟରେ ହଠାତ୍ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଫାଇରିଂ ଶବ୍ଦ ଶୁଣି ଯବାନମାନେ ମଧ୍ୟ କାଉଣ୍ଟର ଆଟାକ କରିଥିଲେ। ଏବେ ଏହି ସ୍ଥାନରେ ଆଉ କିଛି ଆତଙ୍କୀ ଲୁଚିଥାଇ ପାରନ୍ତି ବୋଲି ଆକଳନ କରାଯାଉଛି। ସିଆରପିଏଫ ଯବାନ ମାନେ ସଂପୃକ୍ତ ଅଞ୍ଚଳକୁ ଘେରିଯାଇ ସର୍ଚ୍ଚ ଅପରେଶନ ଜାରି ରଖିଥିବା ସୂଚନା ରହିଛି।

ସୂଚନା ଅନୁଯାୟୀ, ଜଣେ ଆତଙ୍କବାଦୀକୁ ଯବାନମାନେ ଆହତ ଅବସ୍ଥାରେ ଧରିଛନ୍ତି ବୋଲି ଜଣାପଡ଼ିଛି। ତେବେ ଗୁଳିବିନିମୟ କିନ୍ତୁ ଜାରି ରହିଛି।

By amfnews

Related Post