Sat. Mar 7th, 2026

ଆଠମଲ୍ଲିକରେ ୫୮.୬ ପ୍ରତିଶତ ମତଦାନ

318 Views

ଆଠମଲ୍ଲିକ: ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣି ଅଫିସର ସୁବାସ ଚନ୍ଦ୍ର ରାୟଙ୍କ ତତ୍ତ୍ବାବଧାନରେ ଆଜି ମତଦାନ ପ୍ରକ୍ରିୟା ଶେଷ ହୋଇଛି। ମକପୋଲ୍ ଭୋର ସାଢ଼େ ୫ଟାରୁ ଆରମ୍ଭ ହୋଇ ୭ଟା ପର୍ଯ୍ୟନ୍ତ ଚାଲିଥିଲା। ସକାଳ ୭ଟାରୁ ଭୋଗ ଗ୍ରହଣ ଆରମ୍ଭ ହୋଇ ଅପରାହ୍ଣ ୪ଟାରେ ଶେଷ ହୋଇଥିଲା। ୨୫୦ଟି ବୁଥ୍‌ରେ ଭୋଟ ଗ୍ରହଣ କରାଯାଇଥିଲା ।

୨୫ ଜଣ ସେକ୍ଟର ଅଫିସର, ୧୪ ଜଣ ମାକ୍ରୋ ଅବଜରଭର ଏବଂ ୨୦ ଜଣ ସେକ୍ଟର ମାଜିଷ୍ଟ୍ରେଟ୍ ନିୟୋଜିତ ହୋଇଥିଲେ । ଟାଉନ୍ ବାଳିକା ପ୍ରାଥମିକ ବିଦ୍ୟାଳୟକୁ ‘ସଖୀ’ ବୁଥ୍ ରୂପେ କରାଯାଇ ସେଠାରେ ଯୁବ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସେହିଭଳି ଲିପିଲୋଇ ଉ.ପ୍ରା. ବିଦ୍ୟାଳୟକୁ ଆଦର୍ଶ ବୁଥ୍ ଭାବେ ଗ୍ରହଣ କରାଯାଇଥିଲା। ସେଠାରେ ମଧ୍ୟ ଭୋଟରମାନଙ୍କ ପାଇଁ ବିଭିନ୍ନ ସୁବିଧା ପ୍ରଦାନ କରାଯାଇଥିଲା।

ଅପରାହ୍ଣ ୬ଟା ସୁଦ୍ଧା ରିପୋର୍ଟ ଅନୁସାରେ ୫୨ ପ୍ରତିଶତ ମତଦାନ କରିଥିଲେ। ନିର୍ବାଚନ ପରିଚାଳନା ପାଇଁ ତହସିଲଦାର ବାସୁଦେବ ମହାପାତ୍ର, କିଶୋରନଗର ତହସିଲଦାର ଡ. ଲକ୍ଷ୍ମୀପ୍ରସାଦ ସାହୁ, ଆଠମଲ୍ଲିକ ବିଡିଓ ସଂଜୟ ଆଚାର୍ଯ୍ୟ, କିଶୋରନଗର ବିଡିଓ ଅମୃତା ପ୍ରିୟମ୍ବଦା ଓ ବହୁ କର୍ମଚାରୀ ଉପସ୍ଥିତ ଥିଲେ। ପ୍ରାର୍ଥୀମାନଙ୍କର ଭାଗ୍ୟ ଇଭିଏମ୍‌ରେ ସିଲ୍ ହୋଇଥିବା ବେଳେ ଆସନ୍ତା ମାସ ୨୩ ତାରିଖରେ ମତଗଣନା କରାଯିବ।

By amfnews

Related Post