Fri. Mar 6th, 2026

ଆଠଗଡ଼ ସଦର ରେଞ୍ଜର କୂଅ ଭିତରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

350 Views

ଆଠଗଡ଼:  କଟକ ଜିଲ୍ଲାର ଆଠଗଡ଼ ସଦର ରେଞ୍ଜ୍ ବୁଦ୍ଧିଆପାଟଣାର ଏକ କୂଅ ଭିତରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯିବା ଘଟଣା ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଠଗଡ଼ ସଦର ରେଞ୍ଜ୍ ଅନ୍ତର୍ଗତ ବୁଦ୍ଧିଆପାଟଣା ଗ୍ରାମର ଏକ କୂଅ ଭିତରେ କୌଣସି କାରଣରୁ ବଜ୍ରକାପ୍ତା ପଡ଼ିଯାଇଥିଲା। ଏନେଇ ବନ ବିଭାଗକୁ ଗ୍ରାମବାସୀମାନେ ସୂଚନା ଦେଇଥିଲେ। ଖବର ପାଇ ଆଠଗଡ଼ ସଦର ରେଞ୍ଜର ଆଇସି ଅଖତରି ଲିସା ବନବିଭାଗର କର୍ମଚାରୀଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚି କୂଅରୁ ଜୀବନ୍ତ ଅବସ୍ଥାରୋ ଉକ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ। ଏହି ବଜ୍ରକାପ୍ତାର ବୟସ ୫ ବର୍ଷ ବୋଲି କୁହାଯାଉଛି। ଏହି ଅଞ୍ଚଳରେ ବହୁସଂଖ୍ୟକ   ବଜ୍ରକାପ୍ତା ପରିଲକ୍ଷିତ ହୋଇଥାନ୍ତି। ଏଣୁ ଏହାର ସୁରକ୍ଷା ପ୍ରତି ଯଥେଷ୍ଟ ଧ୍ୟାନ ଦେଉଛି ବନ ବିଭାଗ।

ତାକୁ ଆଠଗଡ଼ ସଦର ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇ ଚିକିତ୍ସା କରାଯାଉଛି। ଏହାପରେ ବଜ୍ରକାପ୍ତାକୁ ଆଠଗଡ଼ ସଦର ରେଞ୍ଜ ଅନ୍ତର୍ଗତ ବଉଦା ବନଖଣ୍ଡି ସଂରକ୍ଷିତ ଜଙ୍ଗଲରେ ଛଡ଼ାଯିବ ବୋଲି ରେଞ୍ଜର ସୂଚନା ଦେଇଛନ୍ତି।

By amfnews

Related Post