Sat. Mar 7th, 2026

ଆଜ୍‌ବେଷ୍ଟସ ଭାଙ୍ଗି ନେଇଗଲା ଦେଢ଼ଲକ୍ଷ

126 Views

ଖଣ୍ଡଗିରି :  ସୋମବାର ବିଳମ୍ବିତ ରାତିରେ ଆଇଗିଣିଆ ଛକରେ ଥିବା ଗୋଟିଏ ବାଇକ୍‌ ସୋ’ରୁମ୍‌ ଓ ଏକ ହାର୍ଡୱେର୍ ଷ୍ଟୋର୍‌ର ଆଜ୍‌ବେଷ୍ଟସ୍‌ ଭାଙ୍ଗି ପ୍ରାୟ ୧ଲକ୍ଷ ୬୫ ହଜାର ଟଙ୍କା ଚୋରି ହୋଇଛି। ଆଗରେ ସୁରକ୍ଷାକର୍ମୀ ପହରା ଦେଉଥିବା ସତ୍ତ୍ବେ ଜଣେ ଦୁର୍ବୃତ୍ତ ବେଶ୍ ଚତୁରତାର ସହ ଚୋରି କରି ଫେରାର୍ ହୋଇଯାଇଛି। ସକାଳୁ ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରୁ ସିସିଟିଭି ଫୁଟେଜ୍ ସଂଗ୍ରହ କରି ଛାନ୍‌ଭିନ୍ ଆରମ୍ଭ କରିଛି।

କାଞ୍ଚନ ମୋଟର୍ସ ବଜାଜ୍‌ ବାଇକ୍‌ ସୋ’ ରୁମ୍‌ ମାଲିକ ସନ୍ତୋଷ ପ୍ରଧାନ ସିସିଟିଭି ଫୁଟେଜ୍‌ ଆଧାରରେ କରିଥିବା ଅଭିଯୋଗ ଅନୁସା‌ରେ, ଏହି ଚୋରି ରାତି ପ୍ରାୟ ୧୨ଟା ୦୪ ମିନିଟ୍‌ରେ ହୋଇଛି। ସୁରକ୍ଷାକର୍ମୀ ସୋ’ ରୁମ୍ ବାହାରେ ବୁଲୁଥିବା ବେଳେ ଦୁର୍ବୃତ୍ତଜଣକ ଆଜ୍‌ବେଷ୍ଟସ ଛାତ ଭାଙ୍ଗି ଭିତରେ ଜିପସମ୍ ସିଲିଂକୁ ଭାଙ୍ଗି ଭିତରକୁ ଡେଇଁ ପଡ଼ିଛି। କ୍ୟାସ୍ ବାକ୍ସକୁ ଭାଙ୍ଗି ସେଥିରୁ ଟଙ୍କା ନେଇ ଭଙ୍ଗା ଛାତ ଦେଇ ବାହାରକୁ ଚାଲି ଯାଇଛି। ଏହା ପରେ ଦୁର୍ବୃତ୍ତଜଣକ ପାଖ ହାର୍ଡୱେର ଷ୍ଟୋରରେ ସମାନ ଢଙ୍ଗରେ ପଶି କ୍ୟାସ୍‌ ବାକ୍ସ ଭାଙ୍ଗି ପ୍ରାୟ ୧୫ହଜାର ଟଙ୍କା ଚୋରି କରି ଫେରାର୍ ହୋଇଯାଇଥିଲା।

By amfnews

Related Post