Sat. Nov 23rd, 2024

ଆଜିଠୁ ରାଜ୍ୟରେ ଖୋଲିବ ସ୍କୁଲ କଲେଜ୍, କୋଭିଡ୍ କଟକଣା ମଧ୍ୟରେ ଆରମ୍ଭ ହେବ ପାଠପଢ଼ା

By amfnews Jan 8, 2021 #Featured
126 Views

ଭୁବନେଶ୍ୱର, ଜାନୁଆରୀ ୮ :  ଆଜିଠୁ ରାଜ୍ୟରେ ଖୋଲିବ ସ୍କୁଲ୍ ଓ କଲେଜ୍ ।    କୋଭିଡ ଗାଇଡଲାଇନକୁ ପାଳନ କରି ଆରମ୍ଭ ହେବ ପାଠପଢ଼ା।  

ସରକାରଙ୍କ ଅନୁମତି ପରେ ଦୀର୍ଘ ୯ ମାସ ପରେ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲୁଛି ସ୍କୁଲ୍ କଲେଜ । ସ୍କୁଲ୍ ଓ କଲେଜ ଗୁଡିକରେ  ସାନିଟାଇଜ କରାଯାଇଛି ।  କୋଭିଡ ଗାଇଡଲାଇନ ପାଳନ କରି ସ୍କୁଲ୍ କଲେଜ୍ ରେ ପାଠପଢା ହେବ । ଗୋଟିଏ ଶ୍ରେଣୀରେ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀ ବସିବେ । ଶ୍ରେଣୀ ଗୃହରେ ପିଲାଙ୍କ ମଧ୍ୟରେ ସାମଜିକ ଦୂରତା ଓ ମାସ୍କ୍ ବାଧ୍ୟତାମୂଳକ କରାଯିବ । ସ୍କୁଲ ପ୍ରବେଶ ପଥରେ ହ୍ୟାଣ୍ଡ ୱାସ ରହିବ ।

ସ୍କୁଲ ଓ କଲେଜରେ ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନଂ କରାଯିବ ।  କଲେଜ ଖୋଲା ରହିବ । ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ  ୧୦୦ ଦିନ ଭିତରେ ସିଲାବସ ସାରିବାକୁ ନିର୍ଦେଶ ରହିଛି । 

ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ଦେବା ପାଇଁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଜାନୁଆରୀ ୮ ତାରିଖରୁ ଅପ୍ରେଲ ୨୬ ତାରିଖ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ଦେବା ପାଇଁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଜାନୁଆରୀ ୮ରୁ ଅପ୍ରେଲ ୨୮ ପର୍ଯ୍ୟନ୍ତ କ୍ଲାସ ଚାଲିବ ।

By amfnews

Related Post