139 Views
ନୂଆଦିଲ୍ଲୀ,ନଭେମ୍ବର 16 : ଆଜିଠୁ ରାଜ୍ୟର ସବୁ ଆରଟିଓରେ ପୁଣି ଆରମ୍ଭ ହେଉଛି ଲର୍ଣ୍ଣର୍ସ ଲାଇସେନ୍ସ ଟେଷ୍ଟ । କରୋନା ତାଲା ବନ୍ଦ ପୂର୍ବରୁ ଯେଉଁମାନେ ଆବେଦନ କରିଥିଲେ କେବଳ ସେମାନେ ହିଁ ଟେଷ୍ଟ ଦେବେ ।
କରୋନା ମହାମାରୀ ସଙ୍କଟ ତାଲା ବନ୍ଦ ପାଇଁ ପାଖାପାଖି ୮ ମାସ ହେବ ଲର୍ଣ୍ଣର୍ସ ଲାଇସେନ୍ସ ଟେଷ୍ଟ ବନ୍ଦ ଥିଲା । ଗତ ୧୨ତାରିଖରୁ ସ୍ଲଟ ବୁକିଂ ଆରମ୍ଭ ହୋଇଛି । ୨ ଲକ୍ଷ ଲୋକଙ୍କ ଆବେଦନ ବକେୟା ରହିଥିଲା । ତେଣୁ ପେଣ୍ଡିଂଥିବା ଲୋକଙ୍କ ଟେଷ୍ଟ ସରିବା ପରେ ନୂଆ ଆବେଦନକାରୀଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ଲର୍ଣ୍ଣର୍ସ ଲାଇସେନ୍ସ ଟେଷ୍ଟ ପାଇଁ କୋଭିଡ ଗାଇଡ ଲାଇନ୍କୁ କଡ଼ାକଡ଼ି ପାଳନ କରାଯିବ । ଏକା ସମୟରେ ୬ ଜଣ ପ୍ରାର୍ଥି ଟେଷ୍ଟ ଦେବେ । ଗହଳି ରୋକିବା ନେଇ ସବୁ ଆରଟିଓଙ୍କୁ ନିର୍ଦ୍ଦେଶ ରହିଛି । ଆବେଦନକାରୀଙ୍କ ଥର୍ମାଲ ସ୍କ୍ରିନିଂ ହେବ । କରୋନା ଲକ୍ଷଣ ଦେଖାଦେଲେ ଟେଷ୍ଟ ପାଇଁ ଅନୁମତି ମିଳିବ ନାହିଁ ।