Sat. Mar 7th, 2026

ଆଜିଠୁ ବର୍ଷା କମିବ , ଦୁଇ ଦିନ ପରେ ପୁଣି ବର୍ଷିବ

252 Views

ଭୁବନେଶ୍ୱର, ଅଗଷ୍ଟ ୨୮:

ଉତ୍ତର-ପଶ୍ଚିମ ଓଡ଼ିଶାରେ ସୃଷ୍ଟ ଲଘୁଚାପ ଦୁର୍ବଳ ହେବାରେ ଲାଗିଛି। ଫଳରେ ରାଜ୍ୟରେ ଆଜି ଠାରୁ ବର୍ଷାର ପରିମାଣ କରିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ମାତ୍ର ଏହି ଲଘୁଚାପ ପୁଣି ଆସନ୍ତା ଶୁକ୍ରବାର ଠାରୁ ଦାନା ବାନ୍ଧିବ ବୋଲି ପାଣିପାଗ ବିଭାଗ ପ୍ରକାଶ କରିଛି।

ପାଣିପାଗ ବିଭାଗର ସୂଚନାନୁଯାୟୀ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର- ଆଭ୍ୟନ୍ତର ଓଡ଼ିଶାରେ ବର୍ଷାର ପରିମାଣ କମିବ। ବର୍ଷା ଦୁଇ ଦିନ କମିଯାଇ ପୁଣି ଅଗଷ୍ଟ ୩୧ ତାରିଖରୁ ରାଜ୍ୟ ସାରା ବର୍ଷା ଆରମ୍ଭ ହୋଇଯିବ । ଆସନ୍ତା ଶୁକ୍ରବାର ଦିନ ଉତ୍ତର- ଆଭ୍ୟନ୍ତର ଓ ଶନିବାର ଦିନ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ବରଗଡ, ବାଲେଶ୍ୱର, ମୟୁରଭଞ୍ଜ, ସୁନ୍ଦରଗଡ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

By amfnews

Related Post