162 Views
ଭୁବନେଶ୍ୱର, ଫେବୃଆରୀ 08 : ଆଜିଠୁ ଖୋଲୁଛି ନବମ ଓ ଏକାଦଶ ଶ୍ରେଣୀ । ଆରମ୍ଭ ହେବ କ୍ଲାସରୁମ ପାଠ ପଢା । ରାଜ୍ୟରେ କିଛି ଦିନ ହେଲା ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢା ଚାଲିଥିବା ବେଳେ ଦୀର୍ଘ 11 ମାସ ପରେ ଆଜିଠୁ ନବମ ଓ ଏକାଦଶ ଶ୍ରେଣୀ କ୍ଲାସରୁମ ପାଠପଢା ଆରମ୍ଭ ହେବ ।
କରୋନା ମହାମାରୀ ଲକଡାଉନ ଶିକ୍ଷାକ୍ଷେତ୍ର ଉପରେ ବହୁତ ପ୍ରଭାବ ପକାଇଛି । ଏହାରି ଭିତରେ ଆଜିଠୁ ନବମ ଓ ଏକାଦଶ ପିଲାଙ୍କ ସ୍କୁଲ୍ ଖୋଲାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଘୋଷଣା କରିଛନ୍ତି । ଏହି ପାଠ ପଢା ଆଜିଠୁ ଆରମ୍ଭ ହୋଇ ଏପ୍ରିଲ 30 ଯାଏଁ ଚାଲିବ । ଦୈନିକ 2 ଘଣ୍ଟା ପାଠ ପଢା ହେବ । ସୋମବାରରୁ ଶନିବାର ସକାଳ 8.30 ରୁ 10 .30 ଯାଏଁ କ୍ଲାସ ହେବ । ରବିବାର ନବମ ଓ ଏକାଦଶ ଶ୍ରେଣୀ ପାଇଁ ପାଠ ପଢା ହେବ ନାହିଁ । ପୂର୍ବରୁ ପରୀକ୍ଷା ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଖିରେ ରଖି ପ୍ରଥମେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଖୋଲାଯାଇଥିଲା ସ୍କୁଲ ।