Fri. Nov 22nd, 2024

ଆଜିଠୁ ଓଡିଶାରେ କରୋନା ଟୀକାର ଡ୍ରାଏ ରନ, ରାଜ୍ୟର 30 ଜିଲ୍ଲା ମୁଖ୍ୟାଳୟ ସହ କ୍ୟାପିଟାଲ ହସ୍ପିଟାଲରେ ଡେମୋ

By amfnews Jan 2, 2021 #Featured
217 Views

ଭୁବନେଶ୍ୱର, ଜାନୁଆରୀ 02 : କରୋନା ସଂକଟ କାଳରେ ଟୀକାକୁ ନେଇ ଆଶ୍ୱସ୍ତି  । ଆଜିଠୁ ଓଡିଶା ସମେତ ସାରା ଦେଶରେ ଆରମ୍ଭ ହେଉଛି ଟୀକାକରଣ ଡ୍ରାଏ ରନ  । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର 31 ଟି ସ୍ଥାନରେ ଟୀକାକରଣ ପାଇଁ ଡ୍ରାଏ ରନ କରାଯିବ ।

ଭାରତରେ କୋଭିସିଲ୍ଡ ଟୀକାର ଜରୁରୀକାଳୀନ ବ୍ୟବହାର ପାଇଁ ଭ୍ୟାକ୍ସିନ ପ୍ୟାନେଲ କମିଟି ପକ୍ଷରୁ ଅନୁମତି ମିଳିଛି । ଅକ୍ସଫୋର୍ଡ ଆଷ୍ଟ୍ରେଜେନିକା ପକ୍ଷରୁ ଏହି ଟୀକା ପ୍ରସ୍ତୁତ କରାଯାଇଛି । ସେରମ ଇନଷ୍ଟ୍ୟୁଚୁଟ ପକ୍ଷରୁ ଏହାକୁ ଉତ୍ପାଦନ କରାଯାଉଛି । ରାଜ୍ୟରେ ମଧ୍ୟ ଆଜିଠୁ କରୋନା ଭ୍ୟାକ୍ସିନର ଡ୍ରାଏ ରନ । ଏଥିପାଇଁ 30 ଟି ଜିଲ୍ଲା ମୁଖ୍ୟାଳୟ ଓ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପ୍ରସ୍ତୁତି ସରିଛି । ଗୋଟିଏ କେନ୍ଦ୍ରରେ 25 ଜଣଙ୍କୁ ନେଇ ଡ୍ରାଏ ରନ କରାଯିବ । ଟୀକା ଆସିଲେ ପ୍ରଥମେ ରାଜ୍ୟ ଟୀକା ଷ୍ଟୋରରେ ରଖାଯିବ । ସେଠାରୁ ଏହାକୁ 9ଟି ଆଞ୍ଚଳିକ ଟୀକା ଷ୍ଟୋରକୁ ପଠାଯିବ  ।  ଏହାପରେ ଆଞ୍ଚଳିକ ଷ୍ଟୋରରୁ ଜିଲ୍ଲା ଟୀକା ଷ୍ଟୋର ଓ ସେଠାରୁ 1222ଟି କୋଲ୍ଡ ଚେନ ପଏଣ୍ଟକୁ ଟୀକା ପଠାଯିବ । ଶେଷରେ 29ହଜାର 272ଟି ସେସନ ସାଇଟକୁ ଟୀକା ପଠାଯିବ, ଯେଉଁଠାରେ କି ଟୀକା ପ୍ରଦାନ କରାଯିବ ।

 ପ୍ରଥମ ପର୍ଯ୍ୟାୟରେ 3ଲକ୍ଷ 70 ହଜାର ଲୋକଙ୍କୁ ଦିଆଯିବ ଟୀକା । ଏଥିପାଇଁ 29 ହଜାର 276 ଟୀକାକରଣ ସ୍ଥାନ ଚିହ୍ନଟ ହୋଇଛି । 8276 ଟୀକା କର୍ମୀ ନିୟୋଜିତ ହେବେ । ସମସ୍ତଙ୍କ ଡାଟା ଅପଲୋଡ଼ ସରିଛି । ଟୀକା ସଂରକ୍ଷଣ ପାଇଁ 1222 କୋଲଡ ଚେନ ରହିଥିବା ବେଳେ ଟୀକା ନେବା ଆଣିବା ପାଇଁ ଆଇଏଲଆର 1796, ଡିଫ୍ରିଜର 1771 ରହିଛି ।

By amfnews

Related Post