Fri. Mar 6th, 2026

ଆଜିଠାରୁ ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ଆରମ୍ଭ ହେବ ସେରୋ ସର୍ଭେ

276 Views

ଭୁବନେଶ୍ୱର, ଅକ୍ଟୋବର ୧୬: ଗତ କିଛି ମାସ ଧରି କରୋନା ସଂକ୍ରମିତ ତାଲିକାରେ ରାଜ୍ୟରେ ଶୀର୍ଷ ସ୍ଥାନରେ ରହୁଥିବା ଖୋର୍ଦ୍ଧା ଜିଲ୍ଲାରେ ଏବେ ତଳମୁହାଁ ହୋଇଛି ମହାମାରୀ। ଧିରେ ଧିରେ କରୋନା ଗ୍ରାଫ୍‌ ତଳକୁ ଖସୁଥିବା ବେଳେ ଏହାକୁ ନେଇ ଜିଲ୍ଲାବାସୀଙ୍କ ସମେତ ରାଜଧାନୀବାସୀ ମଧ୍ୟ ଆଶ୍ୱସ୍ତ ଅଛନ୍ତି। ହେଲେ କରୋନା ମହାମାରୀ ସମୟରେ କେତେ ଲୋକଙ୍କ କ୍ଷେତ୍ରରେ ଆଣ୍ଟିବଡି ଡେଭଲପ ହୋଇଛି , ତାହା ଅନୁଧ୍ୟାନ କରିବାକୁ ଆଜିଠୁ ଭୁବନେଶ୍ୱରରେ ପୁଣି ଆରମ୍ଭ ହେବାକୁ ଯାଉଛି ସେରୋ ସର୍ଭେ । ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।ଆରଏମଆରସି ଓ ବିଏମସି ମିଳିତ ଭାବେ କରିବେ ଏହି ସର୍ଭେ । ଆଜିଠୁ ଆସନ୍ତା ୧୮ ତାରିଖ ଯାଏ ଚାଲିବ ଏହି ସର୍ଭେ । ରାଜଧାନୀ ଭୁବନେଶ୍ୱରର ୨୫ଟି ୱାର୍ଡରୁ ୧୫ଶହ ଲୋକଙ୍କର ସାମ୍ପଲ କଲେକସନ କରାଯିବ ବୋଲି ସୂଚନା ମିଳିଛି ।

ଏହାପୂର୍ବରୁ ମଧ୍ୟ ରାଜ୍ୟରେ ଅନେକ ସ୍ଥାନରେ ସେରୋ ସର୍ଭେ କରାଯାଇଛି । କରୋନା ମହାମାରୀ ସମୟରେ କେତେ ଲୋକଙ୍କ କ୍ଷେତ୍ରରେ ଆଣ୍ଟିବଡି ଡେଭଲପ ହୋଇଛି ତାହା ସେରୋ ସର୍ଭେ ମାଧ୍ୟମରେ ଜଣାପଡ଼ିବ।

By amfnews

Related Post