Fri. Mar 6th, 2026

ଆଜିଠାରୁ ମୋ ବସ ସେବା ସାମୟିକ ବନ୍ଦ, କେବଳ ଉପକୃତ ହେବେ ବିମାନ ଓ ରେଳଯାତ୍ରୀ

335 Views

ଭୁବନେଶ୍ବର, ମେ ୦୫ :

ଲକଡାଉନ ସମୟରେ ମୋ ବସ ସେବା ସାମୟିକ ବନ୍ଦ ରହିବ ବୋଲି କ୍ରୁଟ ପକ୍ଷରୁ ସୂଚନା ମିଳିଛି। ଆଜିଠାରୁ ୧୯ ତାରିଖ ପର୍ଯ୍ୟନ୍ତ ମୋ ବସ୍‍ ସେବା ବନ୍ଦ ରହିବ।

ତେବେ ବାହାର ରାଜ୍ୟରୁ ରେଳ ଏବଂ ବିମାନ ଦ୍ୱାରା ଫେରୁଥିବା ଲୋକଙ୍କ ପାଇଁ ମୋ ବସ୍‍ ସେବା ପ୍ରଦାନ କରିବ। ମାଷ୍ଟରକ୍ୟାଣ୍ଟିନ ରେଳ ରହଣିସ୍ଥଳରୁ ଯାତ୍ରୀଙ୍କୁ ଖୋର୍ଦ୍ଧା ଓ କଟକରେ ଛାଡ଼ିବା ପାଇଁ ମୋ ବସ୍‍ ବ୍ୟବସ୍ଥା କରାଯାଇଛି। ବିମାନ ଦ୍ୱାରା ଆସୁଥିବା ଯାତ୍ରୀ ମାଷ୍ଟରକ୍ୟାଣ୍ଟିନ୍‍ ରେଳ ରହଣିସ୍ଥଳକୁ ଆସିବା ପାଇଁ ବିମାନ ବନ୍ଦରରେ ମୋ ବସ୍‍ ରହିବ ବୋଲି କୁହାଯାଇଛି ।

ଯାତ୍ରୀମାନେ ମୋ ବସ୍‍ ଯୋଗ ମାଷ୍ଟରକ୍ୟାଣ୍ଟିନକୁ ଆସିପାରିବେ। ସେଠାରୁ ଯାତ୍ରୀ ମୋ ବସ୍‍ ଯୋଗେ ଖୋର୍ଦ୍ଧା ଏବଂ କଟକ ଯାଇପାରିବେ। କିନ୍ତୁ ଅନ୍ୟ ସମସ୍ତ ରୁଟ୍‍ରେ ମୋ ବସ୍‍ ସେବା ବନ୍ଦ ରହିବ।

By amfnews

Related Post