168 Views
ଭୁବନେଶ୍ବର,ଅକ୍ଟୋବର ୦୪ : ଆଜିଠାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିଥିବା ବେଳେ ପ୍ରତିଦିନ ବନ୍ୟପ୍ରାଣୀ କର୍ତ୍ତୃପକ୍ଷ ୨୫୫୦ ଜଣ ପର୍ଯ୍ୟଟକଙ୍କୁ ବୁଲିବାକୁ ଅନୁମତି ଦେବେ । ସେମଧ୍ୟରୁ ମୁଖ୍ୟ ଚିଡ଼ିଆଖାନା ଭିତରକୁ ୧୫୦୦, କ୍ଷୁଦ୍ର ଚିଡ଼ିଆଖାନାକୁ ୭୫୦ ଏବଂ ହରିଣ ପାର୍କକୁ ୩ଶହ ଲୋକଙ୍କୁ ପର୍ଯ୍ୟାୟକ୍ରମେ ଛଡ଼ାଯିବ ।
ପର୍ଯ୍ୟଟକ ଅନଲାଇନରେ ଟିକେଟ କିଣିବେ କିମ୍ବା କରୋନା କଟକଣା ପାଳନ କରି କାଉଣ୍ଟରରୁ ଟିକେଟ ନେଇପାରିବେ । କରୋନାକୁ ଦୃଷ୍ଟିରେ ରଖି ସଫାରି ଓ ବୋଟିଂକୁ ବନ୍ଦ କରାଯାଇଛି ।
ପର୍ଯ୍ୟଟକ ଓ ଚିଡ଼ିଆଖାନାର କର୍ମଚାରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ହୋଇଥିବା ବେଳେ କରୋନା କଟକଣାର ନିୟମକୁ କଡ଼ାକଡ଼ି କରାଯାଇଛି ।
ଉଲ୍ଲେଖଯୋଗ୍ୟ, କରୋନା କଟକଣା ପାଇଁ ଗତ ସାତମାସ ହେବ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ ବନ୍ଦ ରହିଥିଲା ।