Sun. Nov 17th, 2024

ଆଜି ୭ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର

By amfnews Nov 16, 2020 #Featured
164 Views

ପାଟଣା, ନଭେମ୍ବର ୧୬ : ବିହାର ବିଧାନସଭା ନିର୍ବାଚନର ଫଳାଫଳରେ ବିଜେପି ଏନଡିଏର ସବୁଠାର ବଡ଼ ଦଳ ଭାବେ ଉଭାହୋଇଛି । ରବିବାର ଘୋଷଣା କରାଯାଇଛି ଯେ ନୀତୀଶ କୁମାର ହିଁ ବିହାରରେ ଏନଡିଏ ସରକାରର ଦାୟିତ୍ୱ ନେବେ । ଏପର୍ଯ୍ୟନ୍ତ ବିହାରର ଏନଡିଏ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା ସୁଶୀଳ ମୋଦୀ ଏଥର ଦାୟିତ୍ୱରେ ରହିବେ ନାହିଁ । ବିଜେପି ତାରାକିଶୋର ପ୍ରସାଦଙ୍କୁ ଦଳର ବିଧାନମଣ୍ଡଳ ଦଳର ନେତା ଓ ରେଣୁ ବାଳାଙ୍କୁ ଉପନେତା ଭାବେ ଚୟନ କରିଛି । ଦିଲ୍ଲୀରୁ ପାଟଣା ପହଂଚି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଏନଡିଏ ବିଧାୟକ ଦଳର ନେତାଙ୍କ ସହିତ ବିଜେପି ବିଧାୟକ ଦଳର ନେତା ଓ ଉପନେତା ନାମ ଚୟନ କରିଥିଲେ । 

ନୀତୀଶଙ୍କ ରେକର୍ଡ

-ନୀତୀଶ କୁମାର ପ୍ରଥମ ଥର ପାଇଁ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

-ସେହି ସମୟରେ ବହୁମତ ନମିିଳବାରୁ ୭ ଦିନ ପରେ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା ।

-୨୦୦୫ରେ ନୀତୀଶ କୁମାର ବିଜେପି ସହିତ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲେ । ସେହି ସମୟରେ ପୂର୍ଣ୍ଣ ବହୁମତ ହାସଲ କରି ସରକାର ଗଢ଼ିଥିଲେ ।

-ତୃତୀୟ ଥର ପାଇଁ ନୀତୀଶ ୨୦୧୦ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । 

-୨୦୧୪ ଲୋକସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିପାରି  ନୀତୀଶ କୁମାର ନିଜ ପଦରୁ ଇସ୍ତଫା ଦେଇଥିଲେ ଓ ଜେଡିୟୁର ଜୀନତରାମ ମାଂଝୀ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

-କିନ୍ତୁ ପରେ ଜୀନନରାମଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା ।

-୨୦୧୫ ଫେବୃୟାରୀ ୨୨ରେ ନୀତୀଶ ୪ର୍ଥ ଇନିଂ ଆରମ୍ଭ କରିଥିଲେ । 

-ବିଜେପି ଠାରୁ ଅଲଗା ହେବା ପରେ ନୀତୀଶ ୨୦୧୫ରେ ଆରଜେଡି ସହିତ ମେଣ୍ଟ କରିଥିଲା ଜେଡିୟୁ । 

-୨୦୧୫ ନଭେମ୍ବର ୨୦ରେ ନୀତିଶ ୫ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । 

-ନୀତୀଶ ଆରଜେଡି ଛାଡି ୨୦୧୭ ଜୁଲାଇ ୨୭ରେ ବିଜେପି ସହିତ ମେଣ୍ଟ କରି ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । 

-ଏବେ ବିଧାନସଭା ନିର୍ବାଚନରେ ବିଜୟ ହାସଲ କରିବା ପରେ ନୀତୀଶ କୁମାର ୭ମ ଥର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ । 

ଏଥର ମଧ୍ୟ ବିହାର ଜନତା ଏନଡିଏ ଉପରେ ଭରସା ରଖି ବିପୁଳ ଭୋଟ ଦେଇ ବିଜୟୀ କରାଇଛନ୍ତି । କିନ୍ତୁ ନୀତୀଶ କହିଥିଲେ ଯେ, ୨୦୨୦ ନିର୍ବାଚନ ପାଇଁ ଶେଷ ଲଢ଼େଇ । ଯେହେତୁ ନୀତୀଶ ଏହା ନିର୍ବାଚନ ପ୍ରଚାର ସମୟରେ ଘୋଷଣା କରିଥିଲେ, ସେ ବିହାରବାସୀଙ୍କୁ କ’ଣ ଦେଇ ରାଜନୀତିରୁ ବିଦାୟ ନେବେ, ତାହା ଆଗାମୀ ଦିନର ସମୟ କହିବ । 

By amfnews

Related Post