Sat. Mar 7th, 2026

ଆଜି ହେବ ବିଜେପିର ପ୍ରଥମ ଗୁରୁତ୍ବପୂର୍ଣ୍ଣ ବୈଠକ

237 Views

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ ବିପୁଳ ବିଜୟ ପରେ ଆଜି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଥିବା ଦଳର ମୁଖ୍ୟ କାର୍ଯ୍ୟାଳୟଠାରେ ଦଳର ରାଷ୍ଟ୍ରୀୟ ପଦାଧିକାର ବୈଠକ ଚାଲିଛି। ଏହି ବୈଠକରେ ସାଧାରଣ ସଂପାଦକ, ବିଭିନ୍ନ ରାଜ୍ୟର ପ୍ରଭାରୀମାନଙ୍କ ସମେତ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଅଛନ୍ତି।

ଏହି ବୈଠକରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ ରମଣ ସିଂହ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ, ପଶ୍ଚିମବଙ୍ଗର ପ୍ରଦେଶ ଅଧ୍ୟକ୍ଷ ଦିଲୀପ ଘୋଷ, ବିନୟ ସହସ୍ରବୁଧେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଭୁପେନ୍ଦ୍ର ଯାଦବ ପ୍ରମୁଖ ଉପସ୍ଥିତ ଅଛନ୍ତି । ବୈଠକରେ ଦଳର ଆଗାମୀ ରଣନୀତି ବାବଦରେ ଆଲୋଚନା ହେଉଥିବାର ସୂଚନା ମିଳିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ଅମିତ ଶାହା ସ୍ଥାନ ପାଇବା ପରେ  ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ହେଉଥିଲା । ଏହି ବୈଠକରେ ସେଥିନେଇ କୌଣସି ଆଲୋଚନା ହେଉଥିବାର ସୂଚନା ନାହିଁ।

ଏହା ପୂର୍ବରୁ ଗତ ୯ତାରିଖରେ ଅମିତ ଶାହା ହରିୟାଣା, ମହାରାଷ୍ଟ୍ର ଏବଂ ଝାଡଖଣ୍ଡର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଥିଲେ, କାରଣ ଏହି ରାଜ୍ୟମାନଙ୍କରେ ବର୍ଷକ ମଧ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।

 

By amfnews

Related Post