ଦେଶକୁ ଆଗକୁ ଆଗେଇ ନେବାରେ ଯୁବକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଯୁବକମାନଙ୍କୁ ବିବେକାନନ୍ଦଙ୍କ ଆଦର୍ଶରେ ଆଗେଇ ନେବାର ଆବଶ୍ୟକତା ରହିଥିବାରୁ ଆଜି ଏହାକୁ ଜାତୀୟ ଯୁବ ଦିବସ ଭାବରେ ପାଳନ କରାଯାଇଥାଏ । ଏହି ଦିବସ ଅବସରରେ ଆଜି ରାଜଧାନୀରେ କଳିଙ୍ଗ ଷ୍ଟାଡିୟମରୁ ପାୱାର ହାଉସ ପଯ ପର୍ୟ୍ୟନ୍ତ ରାଲି ଅନୁଷ୍ଠିତ ହୋଇଛି । ଏଥିରେ କ୍ରୀଡା ହଷ୍ଟେଲର ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ ।
ଏହି ସ୍ଥାନରୁ ଜ୍ଞାନ ଆହରଣ କରିଥିଲେ ସ୍ୱାମୀ ବିବେକାନନ୍ଦ
ସ୍ୱାମୀ ବିବେକାନନ୍ଦଙ୍କ ଅଲମୋଡା ସହ ଗଭୀର ସମ୍ପର୍କ ରହିଛି । ଅଲମୋଡା ପୂର୍ବରୁ କାକଡିଘାଟରେ ଥିବା ଅଶ୍ୱସ୍ତ ବୃକ୍ଷ ତଳେ ବିବେକାନନ୍ଦ ଜ୍ଞାନ ପ୍ରାପ୍ତ କରିଥିଲେ । ଏଠାରେ ସ୍ୱାମୀ ବିବେକାନନ୍ଦ ଲାଲା ବଦ୍ରି ଶାହଙ୍କ ଘରେ ବହୁତ ଦିନ ରହିଥିଲେ ।
ସ୍ୱାମୀ ବିବେକାନନ୍ଦ ୧୮୯୦ ଅଗଷ୍ଟ ହିମାଳୟ ଯାତ୍ରା ସମୟରେ ସେ ଓ ସ୍ୱାମୀ ଅଖଣ୍ଡାନନ୍ଦ ନେନୀତାଲରୁ ଅଲମୋଡା ଖାଲି ପାଦରେ ଯାତ୍ରା କରିଥିଲେ । ଅଲମୋଡାରୁ କିଛି ବାଟ ଚାଲିବାପରେ ସ୍ୱାମୀ କରବଲା ମଶାଣୀ ନିକଟରେ ଭୋକ ଓ ଥକାପଣ ଯୋଗୁଁ ଅଚେତ ହୋଇପଡିଗଲେ । ନିକଟରେ ବାସ ରହୁଥିବା ଏକ ସନ୍ଥ ସ୍ୱାମୀଜୀଙ୍କୁ କାକୁଡି ଖୁଆଇଲେ ଯାହା ଦ୍ୱାରା ସ୍ୱାମୀଙ୍କ ଚେତା ଫେରିଲା ।
ସ୍ୱାମୀଜୀ ଯେତେବେଳେ ଆମେରିକାରୁ ଫେରିଲେ ଅଲମୋଡାରେ ତାଙ୍କର ଜୋରଦାର ସ୍ୱାଗତ କରାଯାଇଥିଲା । ଏହି ସମୟରେ ସ୍ୱାମୀଜୀ ସେହି ସନ୍ଥକୁ ଚିହ୍ନି ପାରିଥିଲେ ଯିଏ ତାଙ୍କ ଜୀବନ ରକ୍ଷା କରିଥିଲା । ସ୍ୱାମୀଜୀ ସେହି ସନ୍ଥକୁ ୨ ଟଙ୍କା ମଧ୍ୟ ଦେଇଥିଲେ । ଅଲମୋଡାରେ ବିବେକାନନ୍ଦ ଦୁଇ ଥର ଖଜାଂଚି ମହଲରେ ଏବଂ ଲାଲା ବଦ୍ରୀ ଶାହଙ୍କ ଘରେ କିଛି ଦିନ ରହିଥିଲେ । ଏହି ଘରକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ପର୍ୟ୍ୟଟକ ଆସିଥାନ୍ତି ।ପ୍ରତିବର୍ଷ କଲିକତା ଓ ଅନ୍ୟ ରାଜ୍ୟରୁ ହଜାର ହଜାର ସଂଖ୍ୟାରେ ସ୍ୱାମୀ ବିବେକାନନ୍ଦଙ୍କ ଅନୁଗାମୀ ଅଲମୋଡାର ଏହି ସ୍ଥାନକୁ ଦେଖିବାକୁ ଯାଆନ୍ତି ।