Mon. Dec 23rd, 2024

ଆଜି ସାରା ବିଶ୍ୱ ପାଳନ କରୁଛି ନର୍ସ ଦିବସ

rout.subhashree22@gmail.com' By Subhashree Rout May 12, 2018 #Featured
570 Views

ଆଜି ସାରା ବିଶ୍ୱ ପାଳୁଛି ନର୍ସ ଦିବସ । ଜାତିସଂଘର ଅନୁମୋଦନରେ ୧୯୬୫ରୁ ପ୍ରତିବର୍ଷ ମେ’ ୧୨ରେ ବିଶ୍ୱ ପାଳନ କରେ ଆର୍ନ୍ତଜାତୀୟ ସେବିକା ଦିବସ ତଥା ନର୍ସ ଦିବସ । ୧୮୨୦ ମେ’ ୧୨ ତାରିଖରେ ଜନ୍ମ ହୋଇଥିଲେ ପ୍ରସିଦ୍ଧ ଫ୍ଲୋରେନ୍ସ ନାଇଟିଙ୍ଗଲ୍ । କ୍ରିମ୍ରିଆ ଯୁଦ୍ଧ ବେଳେ ସେ କିଛି ମହିଳାଙ୍କୁ ପ୍ରଶିକ୍ଷଣ ଦେଇ ଯୁଦ୍ଧ କ୍ଷେତ୍ରରେ ସେବା କାର୍ଯ୍ୟ ଯୋଗାଇଥିଲେ। ପ୍ରଥମ ଆଧୁନିକ ସେବିକା ଭାବେ ଫ୍ଲୋରେନସଙ୍କୁ ସ୍ମରଣ କରାଯାଇଥାଏ । ତାଙ୍କ ଜନ୍ମଦିନଟିକୁ ସ୍ମରଣୀୟ କରାଇବା ପାଇଁ ସେବିକାମାନଙ୍କ ଅବଦାନ କଥା ମନେ ପକାଇ ଦିଆଯାଏ । ସମାଜକୁ ସେବିକାମାନଙ୍କ ତ୍ୟାଗ ଓ ମନୋବୃତ୍ତିକୁ ମନେ ପକାଇବା ସହ ସେବିକାମାନଙ୍କ ଅବଦାନକୁ ସଚେତିତ କରାଇ ଦେବା ପାଇଁ ଆମେ ମେ ୧୨ରେ ଏହି ଦିବସ ପାଳନ କରିଆସୁଛୁ ।

Related Post