265 Views
ପୁରୀ : ଆଜି ଶ୍ରୀଜିଉଙ୍କ ସୁନା ବେଶ। ବାହୁଡାଯାତ୍ରାରେ ଆସି ବଡ଼ଦାଣ୍ଡରେ ଅଟକିଛନ୍ତି ଜଗା, ବଳିଆ ଓ ଭଉଣୀ ସୁଭଦ୍ରା। ଅପରାହ୍ଣ ୪ଟାରୁ ଶ୍ରୀଜିଉଙ୍କ ସୁନାବେଶ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ରାତି ପ୍ରାୟ ୮ଟାରେ ସନ୍ଧ୍ୟା ଧୂପ ଓ ରାତି ୧୨ଟା ୩୦ରେ ମହାପ୍ରଭୁଙ୍କ ଚନ୍ଦନଲାଗି ହେବାର କାର୍ଯ୍ୟକ୍ରମ ରହିଛି।
ଏହାପରେ ମହାବାହୁଙ୍କ ବଡ଼ସିଂହାର ବେଶ ଅନୁଷ୍ଠିତ ହେବ। ରଥଯାତ୍ରା ଓ ବାହୁଡା ଭଳି ସୁନାବେଶ ମଧ୍ୟରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିବ। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
ଗତକାଲି ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମରେ ବାହୁଡ଼ା ଯାତ୍ରା ଆୟୋଜିତ ହୋଇଥିଲା। ଜନ୍ମବେଦୀରେ ଲୀଳାଖେଳା ସାରିବା ପରେ ଶ୍ରୀମନ୍ଦିର ଅଭିମୁଖେ ଫେରିଥିଲେ ଚତୁର୍ଦ୍ଧାମୂର୍ତ୍ତି।