Sun. Mar 8th, 2026

ଆଜି ଶାମ୍ବ ଦଶମୀ; ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କୁ ଭିଡ଼

194 Views

କୋଣାର୍କ : ଆଜି ପବିତ୍ର ଶାମ୍ବ ଦଶମୀ। ଘରେ ଘରେ ସୂର୍ଯ୍ୟ ପୂଜା ହେଉଛି। ଏଥିସହ ସୂର୍ଯ୍ୟ ପୂଜା ପାଇଁ ଚନ୍ଦ୍ରଭାଗାରେ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଭିଡ଼ ଲାଗିଛି। ଏହି ଅବସରରେ ସ୍ଥାନୀୟ ଅନନ୍ତ ଅବଧୂତ ମଠ ଠାରୁ ଚନ୍ଦ୍ରଭଗା ପର୍ଯ୍ୟନ୍ତ ସୂର୍ଯ୍ୟ ରଥ ଯାତ୍ରା ଆୟୋଜନ କରାଯାଇଛି। ଏହି ରଥକୁ ୨୭ ଦିନ ପର୍ଯ୍ୟନ୍ତ ଚନ୍ଦ୍ରଭାଗାରେ ରଖାଯାଇ ପୂଜାର୍ଚ୍ଚନା କରାଯିବ।

ଆଉ ମାଘ ସପ୍ତମୀରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଏଥିସହ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ସୌର ମହାଯଜ୍ଞର ମଧ୍ୟ ଆୟୋଜନ କରାଯାଇଛି। ତେବେ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଆଜି ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି।

By amfnews

Related Post