Fri. Mar 6th, 2026

ଆଜି ରାଜ୍ୟରେ କାଳବୈଶାଖୀ ବର୍ଷା,ସତର୍କ ରହିବାକୁ ପରାମର୍ଶ

456 Views

ଆଜି ରାଜ୍ୟରେ କାଳବୈଶାଖୀ ବର୍ଷା ହେବ। ଏନେଇ ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।  ବର୍ଷା ସହ ବଜ୍ରପାତ ଓ ଝଡ଼ ତୋଫାନ ହୋଇପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଘଣ୍ଟାପ୍ରତି ପବନର ବେଗ ୫୦ରୁ ୬୦ କି.ମି. ରହିବ  ବୋଲି କୁହାଯାଇଛି।

ରାଜ୍ୟର ୩ଟି ଜିଲ୍ଲାର  ଲୋକଙ୍କୁ ଦିନ ୧ଟା ୩୦ ଯାଏଁ  ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ସମୟରେ ଘରୁ ନ ବାହାରି ମଧ୍ୟ କୁହାଯାଇଛି।

ସେହି ଜିଲ୍ଲା ଗୁଡ଼ିକ ହେଲା କୋରାପୁଟ, ମାଲକାନଗିରି ଓ ଗଞ୍ଜାମ। କାଳବୈଶାଖୀ ବର୍ଷା ପ୍ରଭାବରେ ।

Related Post