Sat. Mar 7th, 2026

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ

257 Views

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଦିନ ୧୨ଟା ୧୫ମିନିଟରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ହେବାକୁ ଥିବା ଏହି ବୈଠକରେ ଉପସ୍ଥିତ ରହିବା ପାଇଁ ଆଜି ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ମୋଟ ୨୦ଟି ପ୍ରସ୍ତାବ ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।

ପଚାଂୟତିରାଜ ବିଭାଗର ପାଇପ ଯୋଗେ ପାନୀୟ ଜଳ ପ୍ରକଳ୍ପ ସଂକ୍ରାନ୍ତ ସର୍ବାଧିକ ୭ଟି ଏଜେଣ୍ଡା ଥିବାବେଳେ  ଖଣି ଓ ଇସ୍ପାତ ବିଭାଗ, ସାଧାରଣ ପ୍ରଶାସନ ଆଦି ବିଭାଗର ପ୍ରସ୍ତାବ ସମେତ କେତେକ ଚିଠା ବିଲ୍   ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିଛି।

By amfnews

Related Post