Sat. Mar 7th, 2026

ଆଜି ମୋଦୀ ଲୋକାର୍ପଣ କରିବେ ଦେଶର ପ୍ରଥମ ଆଇଡବ୍ଲୁଟି ମଲ୍ଟି ମଡେଲ ଟର୍ମିନାଲ

243 Views

ନୂଆଦିଲ୍ଲୀ, ନଭେମ୍ବର ୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦେଶର ପ୍ରଥମ ଆଇଡବ୍ଲଟି ମଲ୍ଟି ମଡେଲ ଟର୍ମିନାଲକୁ ଲୋକାର୍ପଣ କରିବାକୁ ଯାଉଛନ୍ତି । ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରାଣସୀରେ ଏହି ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ବାରାଣସୀ ଗସ୍ତ କରୁଛନ୍ତି । ଚାରି ବର୍ଷ ପୂର୍ବରୁ ଅସମ୍ଭବ ଭଳି ଲାଗୁଥିବା କାର୍ଯ୍ୟ ସମ୍ଭବ ହୋଇଛି। ଏହି ଅସମ୍ଭବ କାର୍ଯ୍ୟ ଗଙ୍ଗା ନଦୀରେ ହୋଇଛି। ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ପେପ୍ସି କମ୍ପାନୀର ୧୬ କଣ୍ଟେନର ଗଙ୍ଗା ନଦୀରେ କୋଲକାତା ଠାରୁ ମାଳବାହୀ ଜାହାଜ ‘ଟାଗୋର’ବାରାଣସୀର ରାମନଗରସ୍ଥିତ ବନ୍ଦରରେ ପହଞ୍ଚିଛି।
ପ୍ରଧାନମନ୍ତ୍ରୀ ମୋଦୀ ରାମନଗରରେ ୨୦୮୦୦.୦୦ ଲକ୍ଷ ଟଙ୍କା ପୁଞ୍ଜି ନିବେଶରେ ନିର୍ମିତ ଆଇଡବ୍ଲୁଟି ମଲ୍ଟିମଡେଲ ଟର୍ମିନାଲ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ। ମୋଟ ୪ଟି ମଲ୍ଟି-ମଡେଲ ଟର୍ମିନାଲରୁ ଏହା ହେଉଛି ପ୍ରଥମ ଟର୍ମିନାଲ, ଯାହାକୁ କି ରାଷ୍ଟ୍ରୀୟ ଜଳମାର୍ଗ-୧ରେ ନିର୍ମାଣ କରାଯାଇଛି। ଅନ୍ୟ ୩ଟି ଟର୍ମିନାଲ ସାହିବଗଞ୍ଜ, ହଲଦିଆ ଏବଂ ଗାଜିପୁରରେ ନିର୍ମାଣ କରାଯାଉଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ବାରାଣସୀରେ ୨ଟି ଜାତୀୟ ରାଜପଥକୁ ଲୋକାର୍ପଣ କରିବେ। ଏହି ସଡ଼କ ମାର୍ଗ ନିର୍ମାଣରେ ୧,୫୭୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାର ଲମ୍ବ ୩୪ କିଲୋମିଟର। ମନ୍ତ୍ରାଳୟ ଅନୁସାରେ ୧୬.୫୫ କିଲୋମିଟର ଲମ୍ବ ବାରାଣସୀ ରିଙ୍ଗରୋଡ, ପ୍ରଥମ ପର‌୍ୟ୍ୟାୟରେ ମୋଟ ୭୫୯.୩୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ବାବତପୁର-ବାରାଣସୀ ଜାତୀୟ ରାଜପଥ ୫୬ର ୧୭.୨୫ କିଲୋମିଟର ପାଇଁ ୮୧୨.୫୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

By amfnews

Related Post