Mon. Dec 23rd, 2024

ଆଜି ମା’ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା, କାକଟପୁର ମଙ୍ଗଳା ମନ୍ଦିର ପରିସରରେ ଲାଗୁ ହେଲା ୧୪୪ ଧାରା

By amfnews Apr 27, 2021 #Featured
140 Views

ପୁରୀ, ଏପ୍ରିଲ ୨୭ : ରାଜ୍ୟରେ ଏବେ କରୋନାର ଦ୍ୱିତୀୟ ଲହର ଅତି ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ସଂକ୍ରମଣ ଭୟରେ ପୂର୍ବ ବର୍ଷ ଭଳି ଏବର୍ଷ ମଧ୍ୟ ଧିରେ ଧିରେ ସବୁ ଯାନି ଯାତ୍ରା, ମେଳା ମହୋତ୍ସବ ଫିକା ପଡିବା ଆରମ୍ଭ ହୋଇଛି ।

ଆଜି ଚୈତ୍ର ମାସର ଶେଷ ମଙ୍ଗଳବାର ଅର୍ଥାତ୍ ମା’ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା ଉପରେ ଲାଗିଛି କରୋନା କଟକଣା । କରୋନା କଟକଣା ମଧ୍ୟରେ କେବଳ ରୀତିନୀତି ବଜାୟ ରଖିବା ପାଇଁ ପୂଜା କରାଯିବ ମାତ୍ର ଭକ୍ତଙ୍କ ସମାବେଶ ହେବ ନାହିଁ । ସ୍ଥିତି ଏଡାଇବାକୁ ଏବଂ ସଂକ୍ରମଣ ଦଅଷ୍ଟିରୁ ଆଜି କାକଟପୁର ମଙ୍ଗଳା ମନ୍ଦିର ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି ।

ଝାମୁଯାତ୍ରାରେ କେବଳ ସୋବୟତ ଓ ମାନସିକ ଧାରୀଙ୍କୁ ପୂଜା କରିବାର ଅନୁମତି ରହିଛି । ଦିନକୁ ଦିନ ରାଜ୍ୟରେ କରୋନା ସ୍ଥିତି ଅତି ସଙ୍ଗୀନ ହେଉଥିବା ବେଳେ ରାଜ୍ୟରେ ବହୁ ଧର୍ମାନୁଷ୍ଠାନ ଗୁଡିକ ଧିରେ ଧିରେ ବନ୍ଦ ହେବା ଆରମ୍ଭ ହୋଇଛି । ଅନ୍ୟପଟେ ଆଜିଠାରୁ ପୁରୀ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ହେବକାୁ ଯାଉଛି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଳା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ଓ ଆସନ୍ତା ମେ ୧୫ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଜାରି ରହି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

By amfnews

Related Post