147 Views
ଭୁବନେଶ୍ୱର, ଅକ୍ଟୋବର ୧୨ : ବାତ୍ୟାର ପ୍ରକୋପ କମିଯାଇଥିବାବେଳେ ପ୍ରଭାବ କିନ୍ତୁ କମି ନାହିଁ । ଆଜିବି ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର । ମଧ୍ୟାହ୍ନ ସମୟ ବେଳକୁ ଗଭୀର ଅବପାତରୁ ଅବପାତକୁ ପରିଣତ ହେବ । ତେବେ ୧୧.୪୫ ପର୍ଯ୍ୟନ୍ତ ସତର୍କ ରହିବାକୁ ୧୫ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।
ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ମୟୁରଭଂଜ, କେନ୍ଦୁଝର, ସମ୍ବଲପୁର, ଅନୁଗୁଳ, କନ୍ଧମାଳ, ସୁନ୍ଦରଗଡ, ଓ ସୁନ୍ଦରଗଡ ଜିଲ୍ଲାବାସୀଙ୍କୁ ସତର୍କ ସୂଚନା ଜାରି ହୋଇଛି । ପ୍ରବଳ ବର୍ଷା ସାଂଗକୁ ବଜ୍ରପାତ ଓ ପ୍ରବଳରୁ ଅତି ପ୍ରବଳ ପବନ ବୋହିବାର ସମ୍ଭାବନା ରହିଛି । ଏହା ସହିତ ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା ୩୬ ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।